Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପାଇଁ ଟାଟା ଟ୍ରଷ୍ଟ ସହ ରାଜ୍ୟ ସରକାରଙ୍କ ବୁଝାମଣା

    Share on :
    Date: Mar 14, 2018    Views: 921

    ଭୁବନେଶ୍ୱର : ସହରାଂଚଳରେ ଜମି ଅଧିକାର ଦେବା ପାଇଁ ଟାଟା ଟ୍ରଷ୍ଟ ସହ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଐତିହାସିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି  । ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଅଧିକାରୀମାନେ ଅଗ୍ରାଧିକାର ଭିତିରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି  ।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେଯେ, ଏହା ଏକ ଐତିହାସିକ ପଦକ୍ଷେପ  । ପ୍ରତିଦିନ ଜନସେବା କ୍ଷେତ୍ରରେ ବହୁ ଆହ୍ୱାନର ମୁକାବିଲା କରିବାକୁ ପଡ଼ିଥାଏ  । ସାତ ମାସ ତଳେ ରାଜ୍ୟ ସରକାର ଏଭଳି ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଥିଲେ  । ସେତେବେଳେ ରାଜ୍ୟ ସରକାରଙ୍କ ନିକଟରେ ଦୁଇଟି ବିକଳ୍ପ ଥିଲା  । ପାରମ୍ପରିକ ଭାବେ ଲୋକମାନଙ୍କୁ ଜବରଦଖଲକାରୀ ଭାବେ ଅଭିହିତ କରିବା ସହ ସେମାନଙ୍କୁ ବାସଚୁ୍ୟତ କରି ଅସୁରକ୍ଷିତ ବା ଭୟଭୀତ କରିରଖିବା ଅବା ସହର ଗଢ଼ିବାରେ ମହତ୍ୱପୂର୍ଣ୍ଣ ଯୋଗଦାନ ରଖିଥିବା ଲୋକମାନଙ୍କୁ ଜମି ଅଧିକାର ପ୍ରଦାନ କରିବା ଭଳି ବିକଳ୍ପ ରହିଥିଲା  । ତେବେ ରାଜ୍ୟ ସରକାର ପ୍ରଥମେ ଜନସାଧାରଣଙ୍କୁ ଆଖିଆଗରେ ରଖି ଦ୍ୱିତୀୟ ବିକଳ୍ପଟିକୁ ଗ୍ରହଣ କରିଥିଲେ  । ଦେଶରେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଏଭଳି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ । ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ଓ ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରି ବ୍ୟବସ୍ଥିତ ଓ ବୈଜ୍ଞାନିକ ପଦ୍ଧତିରେ ଜମି ବନେ୍ଦାବସ୍ତ କରାଯାଉଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ  । ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ତ୍ୱରିତ କାର୍ଯ୍ୟକାରୀ କରିବା ପାଇଁ ନଗରଉନ୍ନୟନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ଅଭିନନ୍ଦନ ଜଣାଇଛନ୍ତି  । ଏଥିପାଇଁ ଟାଟା ଟ୍ରଷ୍ଟ ବୈଷୟିକ ସହାୟତା ପ୍ରଦାନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି  । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଅଧିକାରୀମାନେ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି  । ଯାହା  ବସ୍ତିବାସିନ୍ଦାଙ୍କ ମନରେ ଖୁସି ଭରିଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

    ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନନ୍ ଓ ଟାଟା ଟ୍ରଷ୍ଟର ଟ୍ରଷ୍ଟି ଭେଙ୍କଟରମଣ ବୁଝାମଣା ପତ୍ରରେ ସ୍ୱାକ୍ଷରିତ କରିଥିଲେ  । ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ,  ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ, ମୁଖ୍ୟସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ରାଜ୍ୟ ସରକାର ଏବଂ ଟାଟା ଟ୍ରଷ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ  ।  

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook