Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଜନ୍ମଦିନରେ ସହିଦ୍ ହୋଇଗଲେ ମନୋରଂଜନ

    Share on :
    Date: Mar 13, 2018    Views: 2597

    ଭୁବନେଶ୍ୱର : ଆଜିଥିଲା ଜନ୍ମଦିନ  । କେକ୍ କଟା ହୋଇଥା’ନ୍ତା  । ସାଙ୍ଗମାନେ ଫୁଲତୋଡ଼ା ଦେଇ ୱିସ କରିଥା’ନ୍ତେ  । ସଂଧ୍ୟାରେ ଭୋଜିଭାତର ଆସର ବି ଜମିଥା’ନ୍ତା  । ହେଲେ କିଏ ଜାଣିଥିଲା ଜନ୍ମଦିନର କେକ ଉପରେ ମହମବତୀ ଲିଭିବା ବଦଳରେ ଜୀବନ ଦୀପ ଲିଭିଯିବ ବୋଲି  । ଜନ୍ମଦିନରେ ଦେଶମାତୃକାର ସେବା କରିକରି ସେ ସହିଦ୍ ହୋଇଗଲେ  । 

    ମନୋରଂଜନ ଲେଙ୍କା ମୁନାଙ୍କ ଫେସବୁକ୍ ପ୍ରୋଫାଇଲ ଅନୁଯାୟୀ, ୧୯୯୩ ମାର୍ଚ୍ଚ ୧୩ରେ ସେ ଜନ୍ମଗ୍ରହଣ କରିଥିଲେ  ।  ଆଜି ଜନ୍ମଦିନ ଥିବାରୁ ବାଣୀବ୍ରତ ଦେ, ଅମରେନ୍ଦ୍ର ଷଣ୍ଢ, ମିଟୁ ସାହୁ ଓ ଚାକ୍ରି ଆଚାର୍ଯ୍ୟଙ୍କ ଭଳି ବନ୍ଧୁମାନେ ଫେସବୁକ ୱାଲରେ ଜନ୍ମଦିନର ଶୁଭେଚ୍ଛା ବି ଜଣାଇଛନ୍ତି  । ଏମିତିକି ଜଣେ ବନ୍ଧୁ ସଂଧ୍ୟା ୫ଟା ବେଳେ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି  । କିନ୍ତୁ ସେତେବେଳକୁ ଆଉ ଇହଧାମନରେ ନଥିଲେ ମୁନା  । ଦେଶ ପାଇଁ ସହିଦ୍ ହୋଇଯାଇଥିଲେ  । ଏଭଳି ଦୁଃଖଦ ଘଟଣାକୁ ନେଇ ସହିଦ ମନୋରଂଜନଙ୍କ ଗାଁ ସହ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook