Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମାଓବାଦୀ ଆକ୍ରମଣରେ ଓଡିଆ ପୁଅ ସହିଦ

    Share on :
    Date: Mar 13, 2018    Views: 887

    ଭୁବନେଶ୍ୱର : ମାଓବାଦୀ ଆକ୍ରମଣରେ ଓଡିଆ ପୁଅ ସହିଦ ହୋଇଛନ୍ତି  । ସୁକମାରେ ଆଇଇଡ଼ି ବିସ୍ଫୋରଣରେ ସହିଦ ହୋଇଥିବା ୯ ଯବାନଙ୍କ ମଧ୍ୟରୁ ମନୋରଂଜନଙ୍କ ଘର ଓଡ଼ିଶାରେ  । ତାଙ୍କ ଘର ବ୍ରହ୍ମଗିରି ବ୍ଲକ ରେବେଣା ନୂଆଗାଁରେ ହୋଇଥିବାବେଳେ ତାଙ୍କ ବାପାଙ୍କ ନାମ ଦୁର୍ଯେ୍ୟାଧନ ଲେଙ୍କା ବୋଲି ଜାଣିବାକୁ ମିଳିଛି  । ସହିଦ ହୋଇଥିବା ଅନ୍ୟ ଯବାନମାନେ ହେଉଛନ୍ତି ଅଜୟ କୁମାର ଯାଦବ, ଜିତେନ୍ଦ୍ର ସିଂହ, ଶାବିତ କୁମାର ଶର୍ମା, ମନୋଜ ସିଂହ, ଆରକେଏସ ତୋମାର, ଧର୍ମେନ୍ଦ୍ର ସିଂହ, ଚନ୍ଦ୍ର ଏଚଏଚ ଏବଂ ଲକ୍ଷ୍ମଣ ବୋଲି ଜଣାପଡ଼ିଛି  ।

    ସୂଚନାଯୋଗ୍ୟଯେ, ସୁକମାରେ ମାଓବାଦୀମାନେ ବିସ୍ଫୋରଣ ଘଟାଇଛନ୍ତି  । ଆଇଇଡ଼ି ବିସ୍ଫୋରଣରେ ୯ ଯବାନ ସହିଦ ହୋଇଛନ୍ତି  । ଛତିଶଗଡ଼ ସୁକୁମା ଜିଲ୍ଲା କିସ୍ତାରାମ ଅଂଚଳରେ ଏହି ବିସ୍ଫୋରଣ ଘଟିଛି  । ଆହତମାନଙ୍କୁ ହେଲିକପ୍ଟର ଯୋଗେ ହସପିଟାଲରେ ଭର୍ତ୍ତି କରାଯାଇଛି  । ସୂଚନାଯୋଗ୍ୟଯେ, ଛତିଶଗଡ଼ ବିଜାପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ଅଂଚଳରେ ସୁରକ୍ଷା କର୍ମୀମାନେ ୧୦ ମାଓବାଦୀଙ୍କୁ ହତ୍ୟା କରିଥିଲେ  ।
    ମାଓ ଅଧ୍ୟୁଷିତ କିସ୍ତାରାମ ଓ ପାଲୋଡ଼ି ଅଂଚଳରେ ନକ୍ସଲମାନେ ଏହି ଭୟଙ୍କର ଆକ୍ରମଣ କରିଥିଲେ  । ଏହି ଅଂଚଳ ନକ୍ସଲଙ୍କ ଦୁର୍ଗ ଭାବେ ଜଣାଶୁଣା  । ଆଜି ସକାଳ ପ୍ରାୟ ସାଢେ଼ ୮ଟାରେ ଯବାନମାନେ କୁମ୍ବିଂ ଅପେରସନ ଆରମ୍ଭ କରିଥିଲେ  । ୨୦୮ କୋବ୍ରା ବାହିନୀର କୁମ୍ବିଂ ଅପରେସନରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ  । ତେବେ ସେମାନେ ୨୧୨ ବାଟାଲିଅନକୁ ଟାର୍ଗେଟ କରିଥିଲେ  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook