Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୬ ବର୍ଷରେ ୨୨୯% ବଢ଼ିଛି ଧର୍ମେନ୍ଦ୍ରଙ୍କ ସମ୍ପତି

    Share on :
    Date: Mar 13, 2018    Views: 8399

    ଭୁବନେଶ୍ୱର : ୨୦୧୨ରୁ ୨୦୧୮  । ୬ ବର୍ଷ ମଧ୍ୟରେ ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ସମ୍ପତି ମୂଲ୍ୟ ୨ କୋଟି ଟଙ୍କା ବଢ଼ିଛି  । ୨୦୧୨ରେ ତାଙ୍କର ସମ୍ପତି ମୂଲ୍ୟ ୧ କୋଟି ୫୪ ଲକ୍ଷ ଟଙ୍କା ଥିଲା  । ତେବେ ୨୦୧୮ ବେଳକୁ ତାହା ୩ କୋଟି ୫୪ ଲକ୍ଷକୁ ବୃଦ୍ଧି ପାଇଛି  । ଅର୍ଥାତ୍ ୬ ବର୍ଷରେ ତାଙ୍କର ସମ୍ପତି ମୂଲ୍ୟ ୨୨୯% ବଢ଼ିଛି  ।   

    ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଦାଖଲ କରିଥିବା ସମ୍ପତି ତାଲିକା ଅନୁଯାୟୀ କଂଗ୍ରେସ ପ୍ରାର୍ଥୀ ରାଜମଣି ପଟେଲଙ୍କ ସମ୍ପତି ମୂଲ୍ୟ ସବୁଠୁ କମ୍  । ତାଙ୍କ ସମ୍ପତି ମୂଲ୍ୟ ୩୪ ଲକ୍ଷ ଟଙ୍କା ରହିଛି  ।

    ସେହିପରି ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଥାୱାର ଚାନ୍ଦ ଗେହଲଟଙ୍କର ସମ୍ପତି ମୂଲ୍ୟ ୩.୭ କୋଟି ଥିବାବେଳେ ଧର୍ମେନ୍ଦ୍ରଙ୍କ ସମ୍ପତି ମୂଲ୍ୟ ୩.୫୪ କୋଟି ରହିଛି  । ସେହିପରି ଅଜୟ ପ୍ରତାପ ସିଂହଙ୍କ ସମ୍ପତି ମୂଲ୍ୟ ୧.୩୬ କୋଟି ଓ କୈଳାସ ସୋନିଙ୍କ ସମ୍ପତି ମୂଲ୍ୟ ୧.୩୧ କୋଟି ରହିଛି  । ତେବେ ୫ ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ଧର୍ମେନ୍ଦ୍ରଙ୍କ ନାମରେ ୩ଟି ମାମଲା ରହିଛି  । ୨୦୧୫ ଜାନୁଆରୀ ୨୨ରେ ସରକାରୀ ସମ୍ପତି ନଷ୍ଟ ଅଭିଯୋଗରେ ତାଙ୍କ ନାମରେ ମାମଲା ରହିଥିବାବେଳେ ୨୦୦୫ ଓ ୨୦୧୦ରେ ଗୋଟିଏ ଲେଖାଏଁ ମାମଲା ହୋଇଥିଲା  । ସେହିପରି ଧର୍ମେନ୍ଦ୍ର ନିଜ ପନôୀଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ଋଣ ନେଇଥିବାବେଳେ ଅନ୍ୟ ୩ ଜଣଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଋଣ ନେଇଛନ୍ତି  । ଧର୍ମେନ୍ଦ୍ରଙ୍କର ୨ଟି କାର ଥିବାବେଳେ ତାଙ୍କ ପନôୀଙ୍କର ୩ଟି ଟ୍ରକ ରହିଛି  । ପନôୀ ୬୭.୪୨ ଲକ୍ଷ ଟଙ୍କା ଋଣ କରିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook