Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନବୀନ ନୁହଁନ୍ତି, ଏଣିକି ‘ଶିକ୍ଷା ସହାୟକ’ଙ୍କ ଟାର୍ଗେଟରେ ମୋଦି

    Share on :
    Date: Mar 13, 2018    Views: 2759

    ଭୁବନେଶ୍ୱର : ପିଏମଜିରେ ଶିକ୍ଷା ସହାୟକଙ୍କ ଗର୍ଜନ ସରକାରଙ୍କ କାନରେ ବାଜିଛି  । କିଛି ଦାବି ପୂରଣ ମଧ୍ୟ କରିଛନ୍ତି  । ହେଲେ ଦରମା ସଂକ୍ରାନ୍ତୀୟ ଏକ ମୁଖ୍ୟ ଦାବିକୁ ସରକାର ଗ୍ରହଣ କରିପାରିନାହାନ୍ତି  । କହିଲେ ସେଇଟା ଆମ ହାତରେ ନାହିଁ  । ଆମେ ଆମ ଭାଗ ଦେବାକୁ ପ୍ରସ୍ତୁତ  । ହେଲେ କେନ୍ଦ୍ର ତା’ ଭାଗ ଦେଲେ ଯାଇ ସେମାନଙ୍କ ଦରମା ବଢ଼ିପାରିବ  । ବାସ୍ ଏମିତି କହି କେନ୍ଦ୍ର କୋର୍ଟକୁ ବଲ ଗଡେ଼ଇ ଦେଇଛନ୍ତି ସରକାର  । ଫଳରେ ଶିକ୍ଷା ସହାୟକମାନେ ଆଉ ନବୀନ ବିରୋଧୀ ନାରା ନଦେଇ ଏବେ ମୋଦି ବିରୋଧୀ ନାରା ଦେବାକୁ ଯାଉଛନ୍ତି  । ଆଜିଠାରୁ ହଜାର ହଜାର ଶିକ୍ଷା ସହାୟକ କେନ୍ଦ୍ର ବିରୋଧରେ ଗର୍ଜନ କରିବା ଆରମ୍ଭ କରିଦେଇଛନ୍ତି  ।

    ସୂଚନାଯୋଗ୍ୟଯେ, ୭ ଦଫା ଦାବି ନେଇ ଶିକ୍ଷା ସହାୟକମାନେ ସମୂହ ଛୁଟିରେ ଯାଇଥିଲେ  । ପ୍ରାୟ ୭୦ ହଜାର ଶିକ୍ଷା ସହାୟକ ଛୁଟିରେ ଯାଇଥିବାବେଳେ ହଜାର ହଜାର ଶିକ୍ଷକ ପିଏମଜିରେ ବିକ୍ଷୋଭ କରିଥିଲେ  । ନିର୍ବାଚନୀ ବର୍ଷ ହୋଇଥିବାରୁ ହଜାର ହଜାର ଶିକ୍ଷା ସହାୟକମାନଙ୍କୁ ସରକାର  ଆଉ ଅସନ୍ତୁଷ୍ଟ କରିବାକୁ ଚାହିଁନଥିଲେ  । ମନ୍ତ୍ରୀ ପରିଷଦ ବୈଠକର ରାଜ୍ୟ ସରକାର ୭ ଦଫା ଦାବି ମଧ୍ୟରୁ ୪ଟି ଦାବି ସହସା ପୂରଣ କରିଦେଇଛନ୍ତି  । ଶିକ୍ଷା ସହାୟକ ପଦବୀ ଉଚ୍ଛେଦ କରି ସେମାନଙ୍କୁ କନିଷ୍ଠ ଶିକ୍ଷକର ମାନ୍ୟତା ଦେଇଛନ୍ତି  । ୩ ବର୍ଷ ଚାକିରୀ ପରେ ଶିକ୍ଷା ସହାୟକମାନଙ୍କୁ କନିଷ୍ଠ ଶିକ୍ଷକ ଓ ୬ ବର୍ଷ ପରେ ପ୍ରାଥମିକ ଶିକ୍ଷକ ଭାବେ ଗଣାହେବେ  । ଶିକ୍ଷକମାନଙ୍କ ୨୫% ଦରମା ବୃଦ୍ଧି ସହ ୬ ବର୍ଷ ନିୟମିତ କାମ କରିଥିବା ଶିକ୍ଷକ ଆପେଆପେ ନିୟମିତ ଶିକ୍ଷକ ଭାବେ ପରିଗଣିତ ହେବେ  । ସରକାରଙ୍କ ପ୍ରତିଶ୍ରୁତି ପାଇ ଶିକ୍ଷା ସହାୟକ ସଂଘ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛି  । ତେବେ କେନ୍ଦ୍ର ବିରୋଧରେ ଆନେ୍ଦାଳନ କରିବାକୁ ସଂଘ ନିଷ୍ପତି ନେଇଛନ୍ତି  । କେନ୍ଦ୍ର ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଆନେ୍ଦାଳନରୁ ହଟିବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook