Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପ୍ରସାଦ ହଟାଇବା ମିଶନରେ ମୁଁ ଅଛି : ତାରା ବାହିନୀପତି

    Share on :
    Date: Mar 12, 2018    Views: 669

    ଭୁବନେଶ୍ୱର : ପିସିସି ଚଉକିକୁ ନେଇ କଂଗ୍ରେସରେ ବିବାଦ ଲାଗି ରହିଛି  ।  ବିଜେପୁର ଉପନିର୍ବାଚନ ପରେ ପ୍ରସାଦଙ୍କ ଇସ୍ତଫାକୁ ହାଇକମାଣ୍ଡ ଗ୍ରହଣ ନକରିବା ପରେ ପୁଣି ତୀବ୍ର ହେବାରେ ଲାଗିଛି ପ୍ରସାଦ ହଟାଅ ଅଭିଯାନ  । ବିଶେଷକରି କଂଗ୍ରେସ ନେତ୍ରୀ ସଂଧ୍ୟା ମହାପାତ୍ରଙ୍କ ମନ୍ତବ୍ୟ ପ୍ରସାଦ ବିରୋଧୀ ଗୋଷ୍ଠୀଙ୍କୁ ଉତକ୍ଷିପ୍ତ କରିଛି  । ଆଜି ତାରା ଏନେଇ ସଂଧ୍ୟାଙ୍କ ଉପରେ ବଷିଁଛନ୍ତି  । ପିସିସି ସଭାପତି କେତେଦିନ ରହିବେ କି ନରହିବେ ସେନେଇ ସିଏ କହିବାକୁ କିଏ ବୋଲି ତାରା ପ୍ରଶ୍ନ କରିଛନ୍ତି  । ପ୍ରସାଦ ହଟାଇବା ମିଶନ ଚାଲିଛି ଓ ସେଥିରେ ସେ ମଧ୍ୟ ଅଛନ୍ତି ବୋଲି ତାରା କହିଛନ୍ତି  । ଯଦି ପିସିସି ପରିବର୍ତ୍ତନ ନହୁଏ ସେ କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ଯିବେକି ବୋଲି ପ୍ରଶ୍ନର ଉତ୍ତରରେ ତାରା କହିଲେଯେ, ସେ କଂଗ୍ରେସ ଛାଡ଼ି ଯିବାର ପ୍ରଶ୍ନ ଉଠୁନାହିଁ  । ୨୦୧୯ରେ ସେ କଂଗ୍ରେସ ଟିକେଟରୁ ଜୟପୁରରେ ଲଢ଼ିବେ ବୋଲି ତାରା କହିଛନ୍ତି  । 

    Maximum 500 characters

    ରାଜନୀତି View all

    Find Us on Facebook