Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଜେପୁରବାସୀ ମୋ ମନୋବଳକୁ ଦ୍ୱିଗୁଣିତ କରିଛନ୍ତି : ନବୀନ

    Share on :
    Date: Mar 12, 2018    Views: 1815

    ଭୁବନେଶ୍ୱର : ବିଜେପୁରବାସୀ ମୋ ମନୋବଳକୁ ଦ୍ୱିଗୁଣିତ କରିଛନ୍ତି  । ଲୋକଙ୍କ ପାଇଁ ଅଧିକ କାମ କରିବାକୁ ଏହା ଶକ୍ତି ଓ ପ୍ରେରଣା ଯୋଗାଇଛି  । ନିର୍ବାଚନବେଳେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା କାର୍ଯ୍ୟକାରୀ କରାଯିବ  । ଆଜିଠାରୁ ସେ ତାହା ଅନୁଧ୍ୟାନ କରିବା ଆରମ୍ଭ କରିଛନ୍ତି ବୋଲି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ।

    ବରପାଲିରେ ଆୟୋଜିତ ଏକ ବିଶାଳ ସମାବେଶରେ ନବୀନ କହିଲେଯେ, ବିଜେପୁର ଉପନିର୍ବାଚନବେଳେ ସେ ଦୁଇଦିନ ରହିଥିଲେ  । ବିଜେପୁରବାସୀଙ୍କ ଶ୍ରଦ୍ଧା ଓ ଶୁଭେଚ୍ଛାରେ ସେ ଅଭିଭୂତ ହୋଇପଡ଼ିଛନ୍ତି  । ବିଜେପୁରବାସୀଙ୍କ ଆଶୀର୍ବାଦ ତାଙ୍କର ମନୋବଳକୁ ଦୁଇଗୁଣିତ କରିଛି  । ଯାହାକି କାର୍ଯ୍ୟ କରିବା ପାଇଁ ତାଙ୍କୁ ଅଧିକ ଶକ୍ତି ଓ ପ୍ରେରଣା ଯୋଗାଇଛି ବୋଲି ନବୀନ କହିଛନ୍ତି  । ବିଜେପୁରବାସୀ ବିକାଶକୁ ଗ୍ରହଣ କରିଛନ୍ତି  । ବିଜେଡ଼ି କର୍ମୀମାନେ କଠୋର ପରିଶ୍ରମ କରିଥିବାରୁ ନବୀନ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ  ।

    ନବୀନ କହିଲେଯେ, ନିର୍ବାଚନବେଳେ ହିଂସାକାଣ୍ଡ ହୋଇଥିଲା  । ଯେଉଁ ହିଂସାକାଣ୍ଡରେ ବିଜେଡ଼ିର ଜଣେ କର୍ମୀ ଦିଲେଶ୍ୱର ସାହୁଙ୍କର ମୃତୁ୍ୟ ହୋଇଛି  । ଦିଲେଶ୍ୱରଙ୍କ ପ୍ରତି ନବୀନ ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲେ  । ନିର୍ବାଚନ ସମୟରେ ସେ ଯେଉଁସବୁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ କରାଯିବ  । ଅଗଷ୍ଟ ୧୫ ସୁଦ୍ଧା ବିଜେପୁରର ସମସ୍ତ ଗାଁରେ ବିଜୁଳି ପହଁଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ସେ ନିଜେ ହିଁ ବିଜେପୁର ବିକାଶ ତଦାରଖ କରିବେ  । ଆଜିଠାରୁ ହିଁ ଏହି କାର୍ଯ୍ୟ ଆରମ୍ଭ ହେଲା ବୋଲି ନବୀନ କହିଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook