Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ନାହିଁ ସିମେନ ଦାଗ : କ୍ରାଇମବ୍ରାଂଚ

    Share on :
    Date: Mar 12, 2018    Views: 3871

    ଭୁବନେଶ୍ୱର : କୁନ୍ଦୁଲି ପୀଡ଼ିତା କୁକର୍ମର ଶିକାର ହୋଇନାହାନ୍ତି  । ଏସଏଫଏସଏଲ ଯେଉଁ ରିପୋର୍ଟ ଦେଇଥିଲା କୋଲକାତାର ସିଏସଏଫଏଲ ସେହି ରିପୋର୍ଟ ଠିକ୍ ବୋଲି କହିଛନ୍ତି  । ଅର୍ଥାତ ପୀଡ଼ିତାଙ୍କ ପୋଷାକରେ କୌଣସି ବାହ୍ୟ ପଦାର୍ଥ ନଥିଲା ବୋଲି କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି  । ସେହିପରି ଡାକ୍ତରମାନେ ମଧ୍ୟ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରି ସେ କୁକର୍ମର ଶିକାର ହୋଇନାହାନ୍ତି ବୋଲି କହିଥିଲେ  ।

    କ୍ରାଇମବ୍ରାଂଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛିଯେ, କୁନ୍ଦୁଲି ସିଏଚସିରେ ପୀଡ଼ିତାଙ୍କ ଯାଂଚ ହୋଇଥିଲା  । ତେବେ ସେ କୁକର୍ମର ଶିକାର ହୋଇନଥିବା ଜଣାପଡ଼ିଥିଲା  । ପରବର୍ତ୍ତୀ ସମୟରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାଙ୍କୁ ଦୁଇ ଦିନ ରଖାଯାଇଥିଲା  । ଏମକେସିଜି ମେଡ଼ିକାଲ କଲେଜର ସୁଦୀପା ଦାସଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କର ପରୀକ୍ଷଣ କରିଥିଲେ  । ପରୀକ୍ଷା ପରେ ଇଂଟରକୋର୍ସ ନେଇ ପୀଡ଼ିତାଙ୍କ ଠାରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା ବୋଲି ଡାକ୍ତର ଦାସ ରିପୋର୍ଟ ଦେଇଥିଲେ  । ସେହିପରି ପୀଡ଼ିତାଙ୍କ ପୋଷାକକୁ ମଧ୍ୟ ଏସଏଫଏସଏଲ ପରୀକ୍ଷଣ କରିଥିଲା  । ପରୀକ୍ଷଣ ବେଳେ ପୀଡ଼ିତାଙ୍କ ପୋଷାକରେ ଥିବା ଦୁଇଟି ପ୍ୟାଚ ଜଣେ ମହିଳାଙ୍କର ବୋଲି ଜଣାପଡ଼ିଥିଲା  । ତେବେ ଏହି ରିପୋର୍ଟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରୁ କୋର୍ଟଙ୍କ ନିଦେ୍ର୍ଧଶକ୍ରମେ ଉକ୍ତ ସାମ୍ପଲ ସିଏସଏଫଏଲକୁ ପଠାଯାଇଥିଲା  । କୋଲକାତାସ୍ଥିତ ସିଏସଏଫଏଲ ମଧ୍ୟ ସମାନ ରିପୋର୍ଟ ଦେଇଛନ୍ତି  । ଅର୍ଥାତ୍ ଏସଏଫଏସଲର ରିପୋର୍ଟ ସଠିକ୍ ବୋଲି ଦର୍ଶାଇଛନ୍ତି  । ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଂଚ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଉଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook