Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜଷ୍ଟିସ୍ ଖନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା ମହାନଦୀ ଟ୍ରିବୁ୍ୟନାଲ

    Share on :
    Date: Mar 12, 2018    Views: 407

    ଭୁବନେଶ୍ୱର : ମହାନଦୀ ଟ୍ରିବୁ୍ୟନାଲ ଗଠନ ନେଇ କେନ୍ଦ୍ର ସରକାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି  । ସୁପ୍ରିମକୋର୍ଟର ଜଷ୍ଟିସ୍ ଏଏନ ଖନୱିଲକରଙ୍କ ଅଧ୍ୟକ୍ଷତାରେ ଟ୍ରିବୁ୍ୟନାଲ ଗଠନ କରାଯାଇଛି । ଏହି ଟ୍ରିବୁ୍ୟନାଲରେ ପାଟଣା ହାଇକୋର୍ଟର ବିଚାରପତି ରବିରଂଜନ ଓ ଦିଲ୍ଲୀ ହାଇକୋର୍ଟର ବିଚାରପତି ଆଇକେ କୋଚର ମଧ୍ୟ ସଦସ୍ୟ ରହିଛନ୍ତି  ।

    ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଲାଗି ରହିଛି  । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ଏକପାଖିଆ ନିର୍ମାଣ କାର୍ଯ୍ୟ କରୁଥିବାରୁ ଓଡ଼ିଶା ତାହାର ବିରୋଧ କରିଥିଲା  । ଏନେଇ ଟ୍ରିବୁ୍ୟନାଲ ଗଠନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ  । ତେବେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରିଥିଲେ  । ଫଳରେ ରାଜ୍ୟ ସରକାର ସୁପ୍ରିମକୋର୍ଟକୁ ଯାଇଥିଲେ  । ସୁପ୍ରିମକୋର୍ଟ ଏନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିବାବେଳେ ଟ୍ରିବୁନାଲ ଗଠନ ନେଇ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲେ  । ତେବେ ପରବର୍ତ୍ତୀ ସମୟରେ ତାହାକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ ନକରିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ତୁରନ୍ତ ଟ୍ରିବୁ୍ୟନାଲ ଗଠନ ପାଇଁ ନିଦେ୍ର୍ଧଶ ଦେଇଥିଲେ  । ପରେ କେନ୍ଦ୍ର କ୍ୟାବିନେଟରେ ଏହି ପ୍ରସ୍ତାବ ପାରିତ ହୋଇଥିବାବେଳେ ଆଜି ବିଧବଦ୍ଧ ଭାବେ ଟ୍ରିବୁ୍ୟନାଲ ଗଠନ କରାଯାଇଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook