Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନାମାଙ୍କନ ପତ୍ର ଦାଖଲ କଲେ ଧର୍ମେନ୍ଦ୍ର

    Share on :
    Date: Mar 12, 2018    Views: 2577

    ଭୋପାଳ : ରାଜ୍ୟସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ର ମଧ୍ୟପ୍ରଦେଶ ବିଧାନସଭାକୁ ଯାଇ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ  । ପ୍ରଥମେ ବିହାର ଓ ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇ ଧର୍ମେନ୍ଦ୍ର ନୂଆ ଇତିହାସ ସୃଷ୍ଟି କରିଛନ୍ତି  । ଓଡ଼ିଶାର ପ୍ରଥମ ରାଜନେତା ଭାବେ ଦୁଇଦୁଇ ଥର ବାହାର ରାଜ୍ୟରୁ ସେ ରାଜ୍ୟସଭା ସାଂସଦ ହେବାର ଯୋଗ୍ୟତା ଅର୍ଜନ କରିଛନ୍ତି  ।

    ନାମାଙ୍କନ ପତ୍ର ଦାଖଲ ପାଇଁ ଗତକାଲି ଧର୍ମେନ୍ଦ୍ର ଭୋପାଳରେ ପହଁଚିଥିଲେ  । ଭୋପାଳରେ ପହଁଚିବା ବେଳେ ତାଙ୍କୁ ମଧ୍ୟପ୍ରଦେଶ ବିଜେପି ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଥିଲା  । ପରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ବାସଭବନକୁ ଯାଇଥିଲେ  । ସେଠାରେ ଶିବରାଜ ତାଙ୍କୁ ସ୍ୱାଗତ କରିଥିଲେ  । କାଲି ରାତିରେ ତାଙ୍କର ନାମାଙ୍କନ ପତ୍ର ଦାଖଲ ପାଇଁ ଥିବା ସମସ୍ତ ପ୍ରକାର ଆନୁଷଙ୍ଗୀକ ବ୍ୟବସ୍ଥା ଶେଷ ହୋଇଥିଲା  । ପ୍ରସ୍ତାବକମାନେ ସ୍ୱାକ୍ଷର କରିଥିଲେ  । ଆଜି ଧର୍ମେନ୍ଦ୍ର ମଧ୍ୟପ୍ରଦେଶ ବିଧାନସଭାକୁ ଯାଇ ଶିବରାଜଙ୍କ ଉପସ୍ଥିତିରେ ସତ୍ୟପାଠ ସହ ନାମାଙ୍କନ ପତ୍ର ଦାଖଲ କରିଥିଲେ  ।

    Maximum 500 characters

    ରାଜନୀତି View all

    Find Us on Facebook