Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ଅଡୁଆ ବଢ଼ିଲା

    Share on :
    Date: Mar 12, 2018    Views: 3215

    ଭୁବନେଶ୍ୱର : ବନାବିରା ଗୁଳିକାଣ୍ଡର ଅନ୍ୟତମ ଅଭିଯୁକ୍ତ ପ୍ରିନ୍ସ ସୋନୀଙ୍କୁ ପୁଲିସ ଗିରଫ କରିବା ପରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଅଡୁଆ ବଢ଼ିଛି  । ପ୍ରିନ୍ସ ସୋନୀ ବିଜେପିର ଜଣେ ଆଗଧାଡ଼ିର କର୍ମୀ ହୋଇଥିବାବେଳେ ବହୁ ବରିଷ୍ଠ ନେତାମାନଙ୍କ ସହ ତାଙ୍କର ସମ୍ପର୍କ ରହିଛି  । ତେବେ ଜୟନାରାୟଣଙ୍କ ସହ ତାଙ୍କର ନିଘନ ସମ୍ପର୍କ ରହିଥିବା ସ୍ପଷ୍ଟ ହୋଇଛି  । ତାଙ୍କର ଫେସବୁକ୍ ୱାଲକୁ ଅନୁଶୀଳନ କଲେ ଯେକେହିବି ଏହା ଠଉରାଇ ନେଇପାରିବ  । ଜୟନାରାୟଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସୋନି ଲେଖିଥିଲେ ହାପି ବାର୍ଥ ଡେ ବସ୍  । ଏଠାରେ ସୂଚାଇ ଦିଆଯାଇପାରେଯେ, ବନାବିରା ଗୁଳିକାଣ୍ଡ ଘଟଣାରେ ଜୟନାରାୟଣଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆସିଛି  । 

    ପ୍ରିନ୍ସ ସୋନୀ କିଏ ? ଏହା ଜାଣିବା ପାଇଁ ଆମେ ତାଙ୍କର ଫେସବୁକ୍ ପ୍ରୋଫାଇଲ ଘାଂଟିଥିଲୁ  । ୨୦୧୬ ଡିସେମ୍ବରରେ ଚିପିଲିମା ପଂଚାୟତ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଅତିଥି ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସେ ଫଟୋ ଉଠାଇଥିଲେ  । ଆଗଧାଡ଼ିରେ ଠିଆ ହୋଇ ସେ ତାଙ୍କୁ ରାଲିରେ ପାଛୋଟି ନେଇଥିଲେ  । ସେହିପରି ବିଜେପୁର ଉପନିର୍ବାଚନବେଳେ ଲାଉମୁଣ୍ଡା, ଖରମୁଣ୍ଡା ଓ ସାରଦାପଲ୍ଲୀ ଆଦି ଅଂଚଳରେ ବିଜେପି ନେତାଙ୍କ ରାଲି ଓ ଶୋଭାଯାତ୍ରାର ସେ ଫଟୋ ମଧ୍ୟ ଛାଡ଼ିଛନ୍ତି  । ଯେଉଁ ଯେଉଁ ଫଟୋମାନଙ୍କରେ ଲେଖାଶ୍ରୀ ସାମନ୍ତସିଂହାର, ସମୀର ଦେ’ଙ୍କ ଭଳି ନେତାମାନେ ମଧ୍ୟ ଅଛନ୍ତି  । ତେବେ ସମସ୍ତ ଫଟୋକୁ ଅନୁଶୀଳନ କଲେ ସେ ଜୟନାରାୟଣ ମିଶ୍ରଙ୍କ ଜଣେ ଦୃଢ଼ ସମର୍ଥକ ବୋଲି ସ୍ପଷ୍ଟ ହେଉଛି  । 

    ସୂଚନାଯୋଗ୍ୟଯେ, ବନାବିରା ଗ୍ରାମ ନିକଟରେ ଫେବୃଆରୀ ୨୨ରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହଙ୍କ ସମେତ ୪ ବିଜେଡ଼ି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା  । ଏହି ଆକ୍ରମଣରେ ପ୍ରିନ୍ସ ସୋନୀଙ୍କ ସମ୍ପର୍କ ରହିଥିବା ଅଭିଯୋଗ ହୋଇଥିଲା  । ଗତ ରବିବାର ସୋହେଲା ପୁଲିସ ଧମା ଥାନା ଅନ୍ତର୍ଗତ ଚାରିବାଟିଆ ଛକ ଅଂଚଳର ପ୍ରିନ୍ସ ସୋନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି  । ଏହି ମାମଲାରେ ଏଯାଏଁ ୬ ଜଣ ଗିରଫ ହୋଇଛନ୍ତି  । ଶୁକ୍ରବାର ପଦ୍ମପୁର ଏସଡ଼ିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ସୋହେଲା ଆଇଆଇସି ରାଜେନ୍ଦ୍ର ଶିଅଳ ଏବଂ ଏକ ଟିମ୍ ଭୁବନେଶ୍ୱରର ପଟିଆ ଅଂଚଳରେ ଛାପା ମାରିଥିଲେ  । ଶନିବାର ରାତିରେ ପଟିଆସ୍ଥିତ ଜଣେ ସାଙ୍ଗ ଘରେ ଆତ୍ମଗୋପନ କରିଥିବା ପି୍ରନ୍ସକୁ ପୁଲିସ ଧରିବାରେ ସମର୍ଥ ହୋଇଥିଲା  ।

    Maximum 500 characters

    ରାଜନୀତି View all

    Find Us on Facebook