Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ‘କଂଗ୍ରେସକୁ ମଜବୁତ କରିବା ପାଇଁ ଶହେ କୋଟି ଦରକାର’

    Share on :
    Date: Mar 12, 2018    Views: 6529

    ଭୁବନେଶ୍ୱର : ‘ଯଦି ହାଇକମାଣ୍ଡ ଓଡ଼ିଶାରେ କଂଗ୍ରେସକୁ ବୁଡ଼ାଇ ଦେବାକୁ ଚାହିଁବେ କିଏ ବା କ’ଣ କରିପାରିବ ? ସତେଯେମିିତି ବିଜେପି ଓ ବିଜେଡ଼ିକୁ ୱାକ ଓଭର ଦେବା ପାଇଁ ହାଇକମାଣ୍ଡ ସଂକଳ୍ପବଦ୍ଧ  । ଆଉ ଦଳ ଉଧୁରିବାର ଚାନ୍ସ ନାହିଁ  । ଗାଏମୋଟ କହିଲେ ରାହୁଲ ଗାନ୍ଧୀ ଓଡ଼ିଶା କଂଗ୍ରେସକୁ ବଙ୍ଗୋପସାଗରେ ଫିଙ୍ଗିଦେଲେ  ।’ ପିସିସି ପରିବର୍ତ୍ତନ ନେଇ ରାହୁଲ ଗାନ୍ଧୀଙ୍କ ନୀରବତା ପରେ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ପିସିସି ସଭାପତି ଦୌଡ଼ରେ ଥିବା ଜଣେ ବରିଷ୍ଠ ନେତା  ।

    ସେହି ବରିଷ୍ଠ ନେତାଙ୍କ କହିବା କଥା ହେଉଛି, ବିନା ଟଙ୍କାରେ ସଂଗଠନ କରିବା ମୁସ୍କିଲ  । ଆଜିକାଲି ରାଜନୀତିର ହାଲ୍ ଯାହା ୱାଡର଼୍ମେମ୍ବର ନିର୍ବାଚନରେ ବି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି  । ବିଜେଡ଼ିର ବିକଳ୍ପ ହେବା ପାଇଁ କଂଗ୍ରେସ ନିକଟରେ ବହୁ ସୁଯୋଗ ରହିଥିଲା  । ଏବେ ବିଜେପି ଯେଉଁ ସ୍ଥାନ ନେଇଛି ସେ ସ୍ଥାନର ପ୍ରକୃତ ହକ୍ କଂଗ୍ରେସର ହିଁ ଥିଲା  । ସାରା ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ କେବଳ କଂଗ୍ରେସର ହିଁ ପକେଟ ଭୋଟ ରହିଥିଲା  । ତେବେ ଭିଟାମିନ୍ ଅଭାବରୁ ପିଲାମାନେ ଅପପୁଷ୍ଟିର ଶିକାର ହେବା ଭଳି ଟଙ୍କା ଅଭାବରୁ  ଏବେ କଂଗ୍ରେସ ଅପପୁଷ୍ଟିର ଶିକାର ହୋଇଛି ବୋଲି ସେ କହିଛନ୍ତି  । ଯେଉଁ ମଉକାରେ ବିଜେପି ଭିଟାମିନ୍-ଏମ୍ (ମନି) ଦେଇ କଂଗ୍ରେସର ସ୍ଥାନ ମାଡ଼ି ବସିବାରେ ସମର୍ଥ ହୋଇଛି  । ଗତ ପଂଚାୟତ ନିର୍ବାଚନରେ ପ୍ରତ୍ୟେକ ଜିଲ୍ଳା ପରିଷଦ ପ୍ରାର୍ଥୀଙ୍କୁ ହାରାହାରି ୪ ଲକ୍ଷ ଟଙ୍କା ଲେଖାଏଁ ବିଜେପି ପ୍ରଦାନ କରିଥିଲା  ।  ଖାଲି ସେତିକିନୁହେଁ ପ୍ରଚାର, ପ୍ରସାର, ସମାବେଶ, ମିଡ଼ିଆ ମ୍ୟାନେଜମେଂଟ ବାବଦରେ ବିଜେପି ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ ସାରିଛି  । ଯାହାର ଫାଇଦା ବିଜେପି ନେଇଛି ବୋଲି ଉକ୍ତ ନେତା ପ୍ରକାଶ କରିଛନ୍ତି  ।

    ତାଙ୍କର କହିବା କଥା ହେଉଛି, ପିିସିସି ନେତୃତ୍ୱ ହାଇକମାଣ୍ଡ ଯାହାଙ୍କୁ ଦେଉଛନ୍ତି ଦିଅନ୍ତୁ  । ଆମର ଆପତ୍ତି ନାହିଁ  । ତେବେ ଟଙ୍କା ଖର୍ଚ୍ଚ କରିବା ଭଳି ନେତାଙ୍କୁ ପିିସିସି ସଭାପତି କରାଯିବା ଦରକାର  । ଯଦି ସେଭଳି ନେତାଙ୍କୁ ହାଇକମାଣ୍ଡ ଚଏସ ନକରୁଛନ୍ତି ତେବେ ନିଜେ ହାଇକମାଣ୍ଡ ଅର୍ଥର ବ୍ୟବସ୍ଥା କରନ୍ତୁ  । ଯାହାଫଳରେ ଦଳ ମଜବୁତ ହୋଇପାରିବ  । କଂଗ୍ରେସ ୧୮ ବର୍ଷ ଧରି କ୍ଷମତା ବାହାରେ ରହିଛି  । ଫଳରେ କର୍ମୀମାନଙ୍କୁ ଆବଶ୍ୟକୀୟ ଅର୍ଥ ମିଳୁନାହିଁ  । କର୍ମୀ କ’ଣ ଉପାସରେ ରହି ଦଳକୁ ମଜବୁତ କରିପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି  । ସେହିପରି ଦୁଇ ଦୁଇ ଥର ଉପା ସରକାର କେନ୍ଦ୍ରରେ ସରକାର କରିଥିଲେ  । ସେହି ସମୟରେ ମଧ୍ୟ ନବୀନଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ରୀୟ ନେତାମାନେ ଦଳକୁ ମଜବୁତ କରିବାକୁ ପ୍ରୟାସ କରୁନଥିଲେ  । ଏବେ ଯେପରି କେନ୍ଦ୍ରମନ୍ତ୍ରୀମାନଙ୍କ ସହାୟତାରେ ତାଙ୍କର କର୍ମୀମାନଙ୍କୁ ଥଇଥାନ କରାଯାଉଛି, ଟେଣ୍ଡରରେ ହୋଇ ଆସିଥିବା କାମକୁ ଯେଭଳି ସବଲେଟ କରି ବିଜେପି କର୍ମୀଙ୍କ ମଧ୍ୟରେ ବିତରଣ କରାଯାଉଛି ସେଭଳି ସୁବିଧା କଂଗ୍ରେସ ଅମଳରେ ମିଳିଲା ନାହିଁ  । ଏବେବି କଂଗ୍ରେସ କର୍ମୀ ଓ ନେତାଙ୍କ ମଧ୍ୟରେ ଦକ୍ଷତା ରହିଛି  । ହେଲେ ହାଇକମାଣ୍ଡ ଏଥିପ୍ରତି ଦୃଷ୍ଟି ଦେବା ସହ ବିତ୍ତଶାଳୀ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇ ଦଳକୁ ମଜବୁତ କରିବା ଦରକାର ବୋଲି ସେ କହିଛନ୍ତି  । 

    Maximum 500 characters

    ରାଜନୀତି View all

    Find Us on Facebook