Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପିକୁ ଚେକ୍ ଦେବା ପାଇଁ ଆସିଛନ୍ତି କି ହାର୍ଦ୍ଧିକ ପଟେଲ ?

    Share on :
    Date: Mar 11, 2018    Views: 641

    ଭୁବନେଶ୍ୱର : କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ପାଇଁ ବାରିପଦାରେ କୁଡ଼ୁମୀ ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ ହୋଇଛି ଅଧିକାର ରାଲି  । ଏହି ରାଲିରେ ଯୋଗ ଦେଇଛନ୍ତି ପଟିଦାର ନେତା ହାର୍ଦ୍ଧିକ ପଟେଲ  ।  ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ୨.୫ ଲକ୍ଷ କୁଡ଼ୁମୀ ଅଧିବାସୀ ବସବାସ କରୁଛନ୍ତି  । ସବୁଠୁ ବଡ଼ କଥା ହେଲା ଖାଲି ଓଡ଼ିଶା କି ଗୁଜୁରାଟ ନୁହେଁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ନେତାମାନେ ମଧ୍ୟ ବାରିପଦାର ଛଉ ମଇଦାନରେ ଗର୍ଜନ କରିଛନ୍ତି  । ତେବେ ଏହି ଗର୍ଜନ ପଛରେ କି ରହସ୍ୟ ରହିଛି ? ଖାଲି କ’ଣ କୁଡ଼ୁମୀ ସମ୍ପ୍ରଦାୟକୁ ଆଦିବାସୀର ମାନ୍ୟତା ନା ଏହା ପଛରେ ରାଜନୈତିକ ଉଦେ୍ଧଶ୍ୟ ରହିଛି ସେନେଇ ଚର୍ଚ୍ଚା ପର୍ଯ୍ୟାଲୋଚନା ଜାରିରହିଛି  । ବିଶେଷକରି ହାର୍ଦ୍ଧିକ ପଟେଲଙ୍କ ଆଗମନକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ  । 

    ହାର୍ଦ୍ଧିକ ବିଜେପିର ଜଣେ କଟ୍ଟର ବିରୋଧୀ  । ଆଉ ସବୁଠୁ ବଡ଼ କଥା ହେଉଛି ଆଦିବାସୀ କିମ୍ବା ଅନୁସୂଚିତ ଜାତି ମାନ୍ୟତା ଦେବା ହେଉଛି କେନ୍ଦ୍ର ସରକାରଙ୍କ କାର୍ଯ୍ୟ  । ଏବେ ଜୁଏଲ ଓରାମ କେନ୍ଦ୍ରରେ ଆଦିବାସୀ ମନ୍ତ୍ରୀ ଅଛନ୍ତି  । ସହଜେ ପଂଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେପି ଆଶାତୀତ ସଫଳତା ପାଇଛି  । ଏମିତିକି ମୟୂରଭଞ୍ଜ ଜିଲ୍ଲାର ଏକ ଆସନରେ ଜଣେ ଟାଣୁଆ ବିଜେପି ନେତା ପ୍ରାର୍ଥୀ ହେବେବୋଲି ଚର୍ଚ୍ଚା ହେଉଥିଲା  । ଝାଡ଼ଖଣ୍ଡରେ ବିଜେପି ସରକାର ଥିବାରୁ ଏଠାରେ ବି ତାହାର ପ୍ରଭାବ ପଡ଼ିବ ବୋଲି ବିଜେପି ଆକଳନ କରିଛି  । ମୟୂରଭଞ୍ଜ ରାଜନୀତି ବି କଡ଼ ଲେଉଟାଇବାକୁ ଯାଉଛି  । ଏକଦା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ୱ ନେଉଥିବା ସୁଦାମ ମାରାଣ୍ଡି ବିଜେଡ଼ି ଉଜାଣିରେ ନିଜ ଦଳ ବଳ ଉଜାଡ଼ି ଦେଇଥିଲେ  । ଏବେ ସୁଦାମଙ୍କ ସ୍ଥିତି ମଧ୍ୟ ଭଲ ନାହିଁ  । ଏଇ ମଉକାରେ ଜର୍ଜ ତିର୍କୀ ଜେଏମଏମର ନେତୃତ୍ୱ ନେଇସାରିଛନ୍ତି  । ତେଣୁ ଏଭଳି ଅଧିକାର ରାଲିର ପ୍ରଚ୍ଛଦପଟ୍ଟରେ କିଏ ? ବିଜେପିକୁ ମାତ୍ ଦେବା ପାଇଁ ଏଭଳି ଏକ ସୁଚିନ୍ତିତ ରଣନୀତି କରାଯାଇନାହିଁ ତ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି  ।

    Maximum 500 characters

    ରାଜନୀତି View all

    Find Us on Facebook