Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାପାଙ୍କ ହତ୍ୟାକାରୀଙ୍କୁ କ୍ଷମା କରିଦେଇଛୁ : ରାହୁଲ ଗାନ୍ଧୀ

    Share on :
    Date: Mar 11, 2018    Views: 1567

    ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାପା ରାଜୀବ ଗାନ୍ଧୀଙ୍କୁ ଯେଉଁମାନେ ହତ୍ୟା କରିଥିଲେ ଆମେ ତାଙ୍କୁ କ୍ଷମା କରିଦେଇଛୁ  । ମୁଁ ଓ ପ୍ରିୟଙ୍କା ସେମାନଙ୍କୁ କ୍ଷମା କରିଛୁ  । କିଛି ବର୍ଷ ପର୍ଯ୍ୟନ୍ତ ଏହି ଘଟଣା ଆମକୁ ବହୁତ ମର୍ମାହତ କରିଥିଲା ବୋଲି ରାହୁଲ କହିଛନ୍ତି  ।

    ସେହିପରି ରାହୁଲ କହିଲେଯେ, ତାଙ୍କ ବାପା ଓ ଜେଜେମାଙ୍କୁ ହତ୍ୟା କରାଯାଇପାରେ ବୋଲି ସେମାନେ ଜାଣିଥିଲେ  । ନକରାତ୍ମକ ଶକ୍ତି ଯଦି ଜଣଙ୍କୁ ବିରୋଧ କରେ ତେବେ ମରିବା ନିଶ୍ଚିତ ବୋଲି ରାହୁଲ କହିଥିଲେ  ।  ନିଜ ପୁରୁଣା କଥା ମନେପକାଇ ରାହୁଲ କହିଛନ୍ତିଯେ, ତାଙ୍କ ଜେଜେମା ତାଙ୍କୁ କହିଥିଲେ ସେ ମରିବାକୁ ଯାଉଛନ୍ତି  । ଖାଲି ସେତିକିନୁହେଁ ବାପାଙ୍କୁ ମଧ୍ୟ ରାହୁଲ ଚେତାଇ ଦେଇଥିଲେ  । ଜେଜେମା’ଙ୍କ ଭଳି ସେ ମଧ୍ୟ ମରିବାକୁ ଯାଉଛନ୍ତି ବୋଲି ରାହୁଲ ତାଙ୍କ ବାପା ରାଜୀବଙ୍କୁ କହିଥିଲେ  । କୌଣସି ପ୍ରକାର ହିଂସାକୁ ସେ ପସନ୍ଦ କରୁନଥିବାବେଳେ କଂଗ୍ରେସ ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶର ବିକାଶ କରିବାକୁ ଚାହୁଁଛି ବୋଲି ରାହୁଲ କହିଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook