Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡିକୁ ଅଡୁଆ ମିଲିଙ୍କ ଗୁଗଲୀ

    Share on :
    Date: Mar 11, 2018    Views: 783

    ଭୁବନେଶ୍ୱର (ଓଡିଆ ସ୍ପଟ ନୁ୍ୟଜ) : ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପନôୀ ମିଲି ପଣ୍ଡାଙ୍କ ଗୁଗଲୀ ଏବେ ବିଜେଡ଼ିକୁ ଅଡୁଆରେ ପକାଇ ଦେଇଛି  । ସବ୍ୟସାଚୀ ପଣ୍ଡା ୨୦୧୯ରେ ରଣପୁରରୁ ବିଜେଡ଼ି ଟିକେଟରୁ ଲଢ଼ିବେ ବୋଲି ମିଲିଙ୍କ ଘୋଷଣା ଏବେ ବିଜେଡ଼ି ଶିବିରରେ ଚହଳ ପକାଇ ଦେଇଛି  ।

    ତେବେ ଆମକୁ ମିଳିଥିବା ଖବର ଅନୁଯାୟୀ, ମିଲି ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଏହି ରାଜନୈତିକ ପିଚକୁ ଗୁଗଲୀ ଫିଙ୍ଗିଛନ୍ତି  । ଆମ ଓଡ଼ିଶା ବିଜେଡ଼ିରେ ବିଲୀନ ହୋଇଛି ସତ, ହେଲେ ଏଯାଏଁ ଆମ ଓଡ଼ିଶା ନେତାମାନେ ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗଦାନ କରିନାହାନ୍ତି  । ନିକଟରେ ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ବାସଭବନରେ ଆମ ଓଡ଼ିଶାର କେତେକ ନେତା ବୈଠକ କରିଥିଲେ  । ସୌମ୍ୟଙ୍କ ନେତୃତ୍ୱରେ ବଛାବଛା ନେତାମାନେ ହିଁ ବିଜେଡ଼ିରେ ମିଶିବେ  । ତେବେ ମିଲି ଏଯାଏଁ ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇନଥିବାବେଳେ ବିଜେଡ଼ିରେ ତାଙ୍କୁ ସାମିଲ କରାଯିବାର ସମ୍ଭାବନା ମଧ୍ୟ ନାହିଁ  । ମିଲିଙ୍କ ବିଷୟରେ ଆମ ଓଡ଼ିଶାରେ କୌଣସି ଆଲୋଚନା ମଧ୍ୟ ହୋଇନାହିଁ ବୋଲି ଆମ ଓଡ଼ିଶାର ଜଣେ ନେତା ଆମକୁ ସୂଚନା ଦେଇଛନ୍ତି  ।  

    Maximum 500 characters

    ରାଜନୀତି View all

    Find Us on Facebook