Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଦଳିଲା ଚାଇନା ସମ୍ବିଧାନ, ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଷ୍ଟ୍ରପତି ରହିପାରିବେ ଜିନପିଙ୍ଗ

    Share on :
    Date: Mar 11, 2018    Views: 2531

    ବେଜିଂ : କମୁ୍ୟନିଷ୍ଟ ରାଷ୍ଟ୍ର ଚାଇନାରେ ଏକ ନିଆରା ପରମ୍ପରା ଆରମ୍ଭ ହେବାକୁୁ  ଯାଉଛି  । ଏକ ଐତିହାସିକ ନିଷ୍ପତି କ୍ରମେ ଚାଇନା ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପାଇଁ ଥିବା ନିର୍ଦ୍ଧିଷ୍ଟ ସମୟ ସୀମା ହଟାଇ ଦିଆଯାଇଛି  । ଅର୍ଥାତ ଚାଇନା ରାଷ୍ଟ୍ରପତି ଥିବା ଜି ଜିନପିଙ୍ଗ ଏବେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦେଶର ରାଷ୍ଟ୍ରପତି ରହିପାରିବେ  ।

    ଚାଇନାର ନାସନାଲ ପିପୁଲସ କଂଗ୍ରେସରେ ଏହି ନିଷ୍ପତି ନିଆଯିବା ସହ ସମ୍ବିଧାନରେ ସଂଶୋଧନ କରାଯାଇଛି  । ସଂସଦରେ ୨୯୬୪ ନେତା ସମ୍ବିଧାନ ସଂଶୋଧନ ସପକ୍ଷରେ ମତ ଦେଇଥିବାବେଳେ ମାତ୍ର ୨ ଜଣ ଏହାକୁ ବିରୋଧ କରିଥିଲେ  । ସୂଚନାଯୋଗ୍ୟଯେ, ଆମେରିକା ଭଳି ଚାଇନାରେ ମଧ୍ୟ ଜଣେ ବ୍ୟକ୍ତି ସର୍ବାଧିକ ଦୁଇ ଥର ରାଷ୍ଟ୍ରପତି ହେବାର ବ୍ୟବସ୍ଥା ରହିଥିଲା  । ୧୯୯୦ ଦଶକରୁ ଚାଇନାରେ ଏହି ନିୟମ ଲାଗୁ ହୋଇଆସିଥିଲା  । ସେବେଠାରୁ ଚାଇନାରେ ଜଣେ ବ୍ୟକ୍ତି ସର୍ବାଧିକ ଦୁଇ ଥର ରାଷ୍ଟ୍ରପତି ହୋଇପାରୁଥିଲେ  । ଚଳିତ ବର୍ଷ ଫେବୃଆରୀରେ ଚାଇନାର କମୁ୍ୟନିଷ୍ଟ ପାର୍ଟି ଚାଇନା ସମ୍ବିଧାନରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସଂକ୍ରାନ୍ତୀୟ ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲା  । କମୁ୍ୟନିଷ୍ଟ ପାର୍ଟିର ଏହି ପ୍ରସ୍ତାବ କଂଗ୍ରେସ କାର୍ଯ୍ୟକାରୀ କରିଛି  । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook