Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବଦଳିବେନି ପିସିସି ସଭାପତି, ୧୯ଯାଏଁ ରହିବେ ପ୍ରସାଦ

    Share on :
    Date: Mar 10, 2018    Views: 4485

    ଭୁବନେଶ୍ୱର (ଓଡିଆ ସ୍ପଟ ନୁ୍ୟଜ୍) : ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବଦଳିବେ କି ନାହିଁ, ଏ ନେଇ ଲାଗିରହିଥିବା ପ୍ରଶ୍ନର ଆଜି ପୂର୍ଣ୍ଣଛେଦ ପଡ଼ିଛି । ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାସ୍ତ ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନିଜକୁ ଦାୟୀ କରି ପିସିସି ସଭାପତି ପଦରୁ ଇସ୍ତଫା ପତ୍ର ଏଆଇସିସି ନିକଟକୁ ପଠାଇଦେଇଥିଲେ । ତାଙ୍କର ଇସ୍ତଫା ପତ୍ର ଏଆଇସିସି ଗ୍ରହଣ କରିବେ କି ନାହିଁ ତାହାକୁ ନେଇ କିଛିଦିନ ଧରି ରାଜ୍ୟରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଆଜି ଏହି ପ୍ରଶ୍ନରେ ପୂର୍ଣ୍ଣଛେଦ ପଡ଼ିଛି । ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ବଦଳିବେ ନାହିଁ ବୋଲି ହାଇକମାଣ୍ଡ ରାହୁଳ ଗାନ୍ଧି ସ୍ପଷ୍ଟ କରିଥିବା ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟା ମହାପାତ୍ର ସୂଚନା ଦେଇଛନ୍ତି । ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପ୍ରସାଦ ହରିଚନ୍ଦନ ସଭାପତି ପଦରେ ରହିବେ ବୋଲି କହିଛନ୍ତି । ନିର୍ବାଚନ ଆଉ ମାତ୍ର ୮/୯ମାସ ଥିବାରୁ ପିସିସି ବଦଳାଗଲେ ନୂଆ ପିସିସି ସଭାପତି ଆସି କାମ କରିପାରିବେ ନାହିଁ ବୋଲି ସେ ହାଇକମାଣ୍ଡ କହିଥିବା ଶ୍ରୀମତୀ ମହାପାତ୍ର ସୂଚନା ଦେଇଛନ୍ତି । 
    ସୂଚନାଯୋଗ୍ୟ, ପଂଚାୟତ ନିର୍ବାଚନ ଭଳି ବିଜେପୁର ଉପନିର୍ବାଚନରେ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରିଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ  । ପଂଚାୟତ ନିର୍ବାଚନରେ ପରାଜୟ ପରେ ପ୍ରସାଦ ଯେମିତି ହାଇକମାଣ୍ଡ ସୋନିଆଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ ଠିକ୍ ସେମିତି ବିଜେପୁର ଉପନିର୍ବାଚନରେ ପରାଜୟ ପରେ ପ୍ରସାଦ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ । ତେବେ ସେତେବେଳେ ରାହୁଲଙ୍କ ପରାମର୍ଶ କ୍ରମେ ସୋନିଆ ଗାନ୍ଧୀ ପ୍ରସାଦଙ୍କ ଇସ୍ତଫା ପତ୍ର ରଖିନଥିବାବେଳେ ଏବେ ରାହୁଲ ମଧ୍ୟ ଇସ୍ତଫ ପତ୍ର ଗ୍ରହଣ କରିନାହାନ୍ତି । ଗୋଟିଏ ପଟେ ପ୍ରସାଦଙ୍କୁ ପିସିସି ଚଉକି ପଦରୁ ହଟାଇବା ପାଇଁ ଗତ ଦୁଇ ବର୍ଷ ଧରି କଂଗ୍ରେସ ନେତାଙ୍କ ଦିଲ୍ଲୀ ଦୌଡ଼ ଜାରି ରହିଥିବାବେଳେ ଅପରପକ୍ଷରେ ରାହୁଲ କିନ୍ତୁ ପ୍ରସାଦଙ୍କ ଉପରେ ପୂର୍ବଭଳି ଭରସା ପ୍ରକଟ କରି ଆସିଛନ୍ତି  । ତେବେ କଂଗ୍ରେସର ଅଧିକାଂଶ ଆଗଧାଡ଼ିର ନେତା ଓ କର୍ମୀମାନେ ପ୍ରସାଦ ପିସିସିରୁ ହଟିବା ଦରକାର ବୋଲି ଚାହୁଁଥିଲେ । ଅତୀତରେ ମଧ୍ୟ ନିରଂଜନଙ୍କ ପାଇଁ ଦଳର କେତେକ ଆଗଧାଡ଼ିର ନେତା ରାହୁଲଙ୍କ ନିକଟରେ ବ୍ୟାଟିଂ କରିଥିଲେ  । ରାହୁଲ ମଧ୍ୟ ପିସିସି ପରିବର୍ତନ ପାଇଁ ସଂକେତ ଦେବା ସହ ନିରଂଜନ ପରବର୍ତୀ ପିସିସି ସଭାପତି ହେବେ ବୋଲି ଚର୍ଚ୍ଚା ହେଉଥିଲା  । କିନ୍ତୁ ରାହୁଲ ଏଆଇସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଚର୍ଚ୍ଚା ସମାଧି ନେଇଥିଲା  । ହାଇକମାଣ୍ଡଙ୍କ ନିକଟରୁ କୌଣସି ସିଗନାଲ ନଆସିବାରୁ ପୁଣି ପ୍ରସାଦ ବିରୋଧୀ ମେଂଟରେ ନିରାଶ ଖେଳି ଯାଇଥିଲା  ।  ତେବେ ପୁଣି ପ୍ରସାଦଙ୍କ ଇସ୍ତଫା ପତ୍ରକୁ ହାଇକମାଣ୍ଡ ଅଗ୍ରାହ୍ୟ କରିଦେବାକୁ ପ୍ରସାଦଙ୍କ ବିରୋଧୀ ଗୋଷ୍ଠୀମାନେ ସହଜରେ ହଜମ କରିପାରିନାହାନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook