Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସ୍କାର୍ଟ ୱାର୍କ ଓ ଷ୍ଟ୍ରାଟେଜୀ ହେଉଛି ସଫଳତାର ସୂତ୍ର : ଓଏଏସ ଟପ୍ପର

    Share on :
    Date: Mar 10, 2018    Views: 1231

    ଭୁବନେଶ୍ୱର : ସ୍ମାର୍ଟ ୱାର୍କ ଓ ଷ୍ଟ୍ରାଟେଜୀ ହେଉଛି ସଫଳତାର ସୂତ୍ର  । ଓପିଏସସି ଟପ୍ପର ହେବା ପରେ ଗଣମାଧ୍ୟମକୁ ଏହା କହିଛନ୍ତି ଚିନ୍ମୟୀ ଚେତନା ଦାଶ । ଇଂଜିନିୟରିଂ ଗ୍ରାଜୁଏଟ ଚିନ୍ମୟୀ ପ୍ରଥମ ଉଦ୍ୟମରେ ହିଁ ଟପ୍ପର ହୋଇ ପାରିଛନ୍ତି  । ଚିନ୍ମୟୀଙ୍କ ମତରେ ତୁମେ କେତେ ଘଂଟା ପଢ଼ୁଛ ସେଇଟା ବଡ଼ କଥା ନୁହେଁ, ବରଂ ଉକ୍ତ ବିଷୟଟି ନିଜ ମନ ପସନ୍ଦର ହୋଇଥିବା ଦରକାର  । ଏହାଛଡ଼ା ଗୁଣାତ୍ମକ ପାଠ ପଢ଼ିଲେ ହିଁ ସଫଳତା ମିଳିପାରିବ  । ନିଜ ସଫଳତାର ଶ୍ରେୟ ସେ ନିଜ ବାପାମା’ଙ୍କୁ ଦେଇଥିବାବେଳେ ଶିକ୍ଷକ ଓ ବନ୍ଧୁମାନଙ୍କ ଅବଦାନକୁ ମନେ ପକାଇଛନ୍ତି  । ମହିଳା ସଶକ୍ତିକରଣ ପାଇଁ ସେ କାର୍ଯ୍ୟ କରିବେ  । ତାଙ୍କ ଭଳି ଅନ୍ୟ ଝିଅମାନେ ବି ଆଗକୁ ବଢ଼ନ୍ତୁ ବୋଲି ଚିନ୍ମୟୀ କହିଛନ୍ତି  ।

    ସୂଚନାଯୋଗ୍ୟଯେ, ଗତକାଲି ଓପିଏସପି ପରୀକ୍ଷା ଫଳ ପ୍ରକାଶ ପାଇଥିଲା  । ଓପିଏସସି ପରୀକ୍ଷାରେ ୧୪୫ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଚିନ୍ମୟୀ ଟପ୍ପର ହୋଇଥିଲେ  । ସେହିପରି ସଂକଳ୍ପ ସ୍ୱସ୍ତିକ ସାହୁ, ଜ୍ଞାନରଂଜନ ବିଶ୍ୱାଳ, ଦେବାଶିଷ ମହାପାତ୍ର, ସନ୍ତକ ଜେନା, ପ୍ରଜେଶ କାନ୍ତ ଜେନା, ଦୁର୍ଗାପ୍ରସାଦ ଦୋରା, ଶୁଭଶ୍ରୀ ପ୍ରିୟଦର୍ଶିନୀ, କଲ୍ୟାଣ ସୌରଭ ଦାଶ ଏବଂ ମୋନାଇିସା ପଣ୍ଡା ପ୍ରମୁଖ ପ୍ରଥମ ଦଶଟି ସ୍ଥାନରେ ରହିଛନ୍ତି  । 

    Maximum 500 characters

    ଆଂଚଳିକ View all

    Find Us on Facebook