Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶା ଫେରିବାକୁ ଅମଙ୍ଗ ଜଗା-କାଳିଆଙ୍କ ବାପା

    Share on :
    Date: Mar 10, 2018    Views: 335

    ଭୁବନେଶ୍ୱର : ଜଗା କାଳିଆଙ୍କୁ ଓଡ଼ିଶା ଅଣାଯିବ  । ଦିଲ୍ଲୀ ଏମସରୁ ଆଣି ଓଡ଼ିଶାରେ ଚିକିତ୍ସା କରାଯିବ  । ଏନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଓଡ଼ିଶା ଫେରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ଜଗା-କାଳିଆଙ୍କ ବାପାମା’  । ଜଗାଙ୍କ ବାପା ଭୂୟାଁ କହଁର କହିଛନ୍ତିଯେ, ଜଗା ଏବେ ସୁସ୍ଥ ଅଛି  । ଖେଳାବୁଲା କରୁଛି  । ହେଲେ କାଳିଆ ଏଯାଏଁ ମଧ୍ୟ ସୁସ୍ଥ ହୋଇନାହିଁ  । ଏବେବି କାଳିଆ ପାଇପ ଯୋଗେ ଖାଉଛି  । ତେଣୁ ଆଉ କିଛିଦିନ ଏମସରେ ରହିବାକୁ ଚାହୁଁଛନ୍ତି ଜଗା କାଳିଆଙ୍କ ବାପାମା’  । ଯଦି ବା ସେମାନଙ୍କୁ ଓଡ଼ିଶା ଅଣାଯାଏ ତେବେ ସେମାନେ ଭୁବନେଶ୍ୱରରେ ଏମ୍ସରେ ପିଲାଙ୍କ ଚିକିତ୍ସା କରିବାକୁ ଚାହୁଁଛନ୍ତି ବୋଲି ଭୂୟାଁ କହଁର କହିଛନ୍ତି  ।

    ସୂଚନାଯୋଗ୍ୟଯେ, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଜଗା କାଳିଆ ଏମ୍ସରୁ ଡିସଚାର୍ଜ ହେବେବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଥିଲେ  । ଏଥିପାଇଁ କଟକ ଏସସିବିର ଏକ ଡାକ୍ତରୀ ଦଳ ଟିମ୍ ଏମ୍ସ ଯାଇଥିଲେ  । ଜଗା କାଳିଆଙ୍କର କିଭଳି ଚିକିତ୍ସା କରାଯିବ ସେନେଇ ଏମସର ଡାକ୍ତରୀ ଟିମ୍ ସହ ଆଲୋଚନା କରିଥିଲେ  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook