Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    Share on :
    Date: Mar 10, 2018    Views: 107

    ଭୁବନେଶ୍ୱର : ରାଜ୍ୟର ୯ ଜନଜାତି ଅଧ୍ୟୁଷିତ ଜିଲ୍ଲାକୁ ନେଇ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଜିଲ୍ଲା ପରିଷଦଗୁଡ଼ିକର ଅଧ୍ୟକ୍ଷ ଚୟନ କରାଯିବା ସହ ପ୍ରତି ପରିଷଦକୁ ଦେଢ଼ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯିବ  । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୧୭୫ କୋଟି ଟଙ୍କା  ଖର୍ଚ୍ଚ କରିବେ  । 

    ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ରାଜ୍ୟରେ ୬୨ ପ୍ରକାର ଜନଜାତି ସମ୍ପ୍ରଦାୟ ଥିବାବେଳେ ସେଥିରେ ୧୩ ପ୍ରାଚୀନ ଜନଜାତି ଗୋଷ୍ଠୀ ରହିଛନ୍ତି  । ସେମାନଙ୍କ ବିକାଶ ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ୱ । ଆଦିବାସୀ ସଂସ୍କୃତିର ସୁରକ୍ଷା ଓ ପ୍ରତିଭାର ବିକାଶ ପାଇଁ ସେ ନିଜେ ନିଷ୍ପତି ନେବେ  । ଜନଜାତି ବର୍ଗର ପୂଜାସ୍ଥଳୀର ବିକାଶ, କଳାକୃତିର ସୁରକ୍ଷା, କ୍ରୀଡ଼ା ପ୍ରତିଭାର ବିକାଶ ଭଳି କାର୍ଯ୍ୟକ୍ରମ ଆୟୋଜିତ ହେବବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ଏହି ବୈଠକରେ ଏସସିଏସଟି ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଓ ଯୋଜନା ସଂଯୋଜନା ମନ୍ତ୍ରୀ ଉଷା ଦେବୀ ଉପସ୍ଥିତ ଥିଲେ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook