Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଧନ୍ୟବାଦ ବୈଜୟନ୍ତ, ମନ୍ତ୍ରୀମଣ୍ଡଳକୁ ଫେରିବେ ଅତନୁ !

    Share on :
    Date: Mar 10, 2018    Views: 8731

    ଭୁବନେଶ୍ୱର : ଧନ୍ୟବାଦ ବୈଜୟନ୍ତ ପଣ୍ଡା  । ବୈଜୟନ୍ତଙ୍କ ସଣ୍ଢୁଆସୀ ଆକ୍ରମଣ ଓ କେନ୍ଦ୍ରାପଡ଼ାରେ ଧର୍ମେନ୍ଦ୍ର ଓ ବିଜେପିର କାୟା ବିସ୍ତାରକୁ ଆଖିଆଗରେ ରଖି ପୁଣି ମନ୍ତ୍ରୀମଣ୍ଡଳକୁ ଫେରିବାକୁ ଯାଉଛନ୍ତି ଅତନୁ ସବ୍ୟସାଚୀ ନାୟକ  । ମନ୍ତ୍ରୀ ଶୂନ୍ୟ ଥିବା କେନ୍ଦ୍ରାପଡ଼ାରେ ପୁଣି ଅତନୁଙ୍କୁ ଫେରାଇ ଆଣି ବୈଜୟନ୍ତ ଓ ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବା ପାଇଁ ଯୋଜନା କରିଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସମ୍ଭବତଃ ବିଧାନସଭାର ବଜେଟ ଅଧିବେଶନ ପରେପରେ ମନ୍ତ୍ରୀମଣ୍ଡଳରେ ପରିବର୍ତନ ହେବାର ସମ୍ଭାବନା ରହିଛି  ।

    ରାଜନୀତିକ ମହଲ ଓ ବିଜେଡ଼ି ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ସ୍ନେହାଗିନୀ ଛୁରୀଆ ବାଦ୍ ପଡ଼ିବେ  । ତେବେ ଅତାବିରା ଏନଏସି ନିର୍ବାଚନ ପରେ ଛୁରୀଆଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେବା ପାଇଁ ଯୋଜନା ରହିଛି  । ଅପରପକ୍ଷରେ ଅନିଚ୍ଛା ସତ୍ତ୍ୱେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିବା କେତେକ ଯୁବ ନେତା ମଧ୍ୟ ବିଭିନ୍ନ ଫୋରମରେ ଏନେଇ ଅସନ୍ତୋଷ ବ୍ୟକ୍ତ କରି ଆସୁଛନ୍ତି  । ଖାଲି ଅତନୁ ନୁହେଁ ଆଉ ଜଣେ ଦୁଇ ଜଣ ଯୁବ ନେତା ମଧ୍ୟ ମନ୍ତ୍ରୀ ହେବେବୋଲି ଚର୍ଚ୍ଚା ଜୋରଧରିଛି  । ଅତନୁ ଏକ ଭିନ୍ନ ପ୍ରସଙ୍ଗରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ  । ସମ୍ ହସପିଟାଲ ଅଗ୍ନିକାଣ୍ଡ ଘଟଣାରେ ତାଙ୍କୁ ବିରୋଧୀ ଘେରିବା ସହ ବୈଜୟନ୍ତ ମଧ୍ୟ ଜୋରଦାର ଟାର୍ଗେଟ କରିଥିଲେ  । ଏମିତିକି ଏହି ପ୍ରସଙ୍ଗକୁ ସେତେବେଳେ ଜାତୀୟସ୍ତରର ଚର୍ଚ୍ଚିତ ଗଣମାଧ୍ୟମ ରିପ୍ଲବିକ ଟିଭି ବି ମୁଖ୍ୟ ଖବର ଭାବେ ପରିବେଷଣ କରିଥିଲା  । ଅତନୁଙ୍କୁ ମନ୍ତ୍ରୀ ପଦରୁ ବିତାଡ଼ିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ବୈଜୟନ୍ତ ବି ମନେମନେ ଖୁସି ହୋଇଯାଇଥିଲେ  । ତେଣୁ ପୁଣି ଅତନଙ୍କୁ ମନ୍ତ୍ରୀମଣ୍ଡଳକୁ ଫେରାଇ ଆଣି କେନ୍ଦ୍ରାପଡ଼ା ରାଜନୀତିରେ ବିଜେଡ଼ିର ଦବଦବାକୁ ଆହୁରି ମଜବୁତ କରିବାକୁ ଯୋଜନା କରାଯାଇଛି  ।

    ବିଜେପି ରଣନୀତିକୁ ଆଖିଆଗରେ ରଖି ନବୀନ ନିଜର ଗୋଟିଚାଳନା କରୁଛନ୍ତି  । କଳାହାଣ୍ଡି ଜିଲ୍ଲାରେ ପଂଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା  । ସେହିପରି ଏବେ କଳାହାଣ୍ଡିର ସାଂସଦ ଥିବା ଅର୍କକେଶରୀ ସିଂହଦେଓଙ୍କ ବ୍ୟାକଗ୍ରାଉଣ୍ଡ ହେଉଛି ବିଜେପି  । ଅର୍ଥାତ୍ ସେ ଯଦି ୨୦୧୯ ବେଳକୁ ବିଜେପିରେ ଯୋଗଦିଅନ୍ତି ତେବେ ଆଶ୍ଚର୍ଯ୍ୟ ହେବାର ନାହିଁ  । ଗୋଟିଏ ପଟେ କଳାହାଣ୍ଡିରେ ବିଜେପି ବଢ଼ୁଥିବାବେଳେ ପୁଣି ଥରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ପରେ ଦଳ ଭରସା କରିପାରେ  । ଏହି ପରିପ୍ରେକ୍ଷୀରେ ପୁଷ୍ପେନ୍ଦ୍ର ସିଂହଦେଓ ପୁଣି ମନ୍ତ୍ରୀ ହେବେବୋଲି ଚର୍ଚ୍ଚା ହେଉଛି  ।

    ପୁରୀ ଜିଲ୍ଲାରେ ଏବେ ଦୁଇ ଦୁଇ ମନ୍ତ୍ରୀ ଥିଲେବି ସଂଜୟ ଦାସବର୍ମା ମଧ୍ୟ ଦୌଡ଼ରେ ରହିଛନ୍ତି  । ଯୁବ ବିଧାୟକମାନଙ୍କ ମଧ୍ୟରେ ସଂଜୟଙ୍କର ଦବଦବା ରହିଛି  । କାହିଁକିନା ତାଙ୍କ ହାତରେ ଅରୁଣ ଓ ପ୍ରଣବଙ୍କ ଅପେକ୍ଷା ଅଧିକ ବିଧାୟକଙ୍କ ସମର୍ଥନ ରହିଛି  । ୨୦୧୪ରେ ଜେଏମଏମକୁ ବିଜେଡ଼ିରେ ମିଶ୍ରଣ ହେଉ ଅବା ମୟୂରଭଂଜ ଜିଲ୍ଲାରେ ବିଜେଡ଼ିର ଏକରକମ କ୍ଲିନ ସ୍ୱିପ୍ ହେଉ ସେଥିରେ ସଂଜୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ  । ଖାଲି ସେତିକିନୁହେଁ ୨୦୧୭ ପଂଚାୟତ ନିର୍ବାଚନବେଳେ ମୟୂରଭଂଜ ଜିଲ୍ଲା ବିଜେଡ଼ି ନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗିବାର ଫଳ ଦଳକୁ ଭୋଗିବାକୁ ପଡ଼ିଛି  । ତେବେ ଇତିମଧ୍ୟରେ ମୟୂରଭଂଜ ଜିଲ୍ଲାର କିଛି ନେତାଙ୍କ ସହ ଆଲୋଚନା କରି ଆପୋଷ ବୁଝାମଣା କରିବାରେ ସଂଜୟ ସମର୍ଥ ହୋଇଥିବା ଚର୍ଚ୍ଚା ହେଉଛି  । ସେହିପରି ଲୁଲୁଙ୍କ ଅବର୍ତ୍ତମାନରେ ତାଙ୍କ ଲିଗାସୀ ବିଜେପିରେ ଯୋଗ ଦେଇସାରିଛନ୍ତି  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବ୍ରହ୍ମଗିରିକୁ ଅଧିକ ଫୋକସ କରୁଛନ୍ତି  । ଏହି ସବୁକୁ ଅନୁଶୀଳନ କରି ପୁଣି ସଂଜୟଙ୍କୁ ମନ୍ତ୍ରୀମଣ୍ଡଳକୁ ଫେରାଇ ଆଣିବା ପାଇଁ ବିଜେଡ଼ି ହାଇକମାଣ୍ଡ ଯୋଜନା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି  । ତେବେ ନବୀନଙ୍କ ରଣନୀତିର ଟେର ପାଇବା ମୁସ୍କିଲ  । ରାଜ୍ୟସଭା ନିର୍ବାଚନରେ ସେ ସମସ୍ତଙ୍କୁ ଚକମା ଦେଇଥିଲେ  । ସେହିପରି ଦଳରେ ଥିବା କେତେକ ଅସନ୍ତୁଷ୍ଟ ନେତାଙ୍କୁ ଇତିମଧ୍ୟରେ ନିଗମ ଅଧ୍ୟକ୍ଷ ଓ ଯୋଜନା ବୋଡର଼୍ରେ ସାମିଲ କରାଯାଇଛି  । ଆଗାମୀ ଦିନରେ ନିଗମରେ ମଧ୍ୟ ଆଉ କେତେକ ଅଦଳବଦଳ ହୋଇ ଅନ୍ୟ ନେତାମାନଙ୍କୁ ଥଇଥାନ କରାଯିବ  । ତେଣୁ ବିଧାନସଭା ଅଧିବେଶନ ପରେ ପରେ ପୁଣି ଥରେ ମନ୍ତ୍ରୀମଣ୍ଡଳ ପରିବର୍ତନ ସମ୍ଭାବନା ରହିଛି  ।

    Maximum 500 characters

    ଅଧିକ ମତାମତ

    SUM hospital fire issue was highlighted by "Times now", not by " Republic ".

    Bapuni

    Mar 10, 2018

    Good

    Tapas das

    Mar 10, 2018

    ରାଜନୀତି View all

    Find Us on Facebook