Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅଚୁ୍ୟତଙ୍କ ସମ୍ପତି ମୂଲ୍ୟ ୫ ଲକ୍ଷ

    Share on :
    Date: Mar 9, 2018    Views: 6175

    ଭୁବନେଶ୍ୱର : କିଟ ଓ କିସର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କ ବାର୍ଷିକ ଆୟ ୨୯ ଲକ୍ଷ ୧୦ ହଜାର ୯୮୮ ଟଙ୍କା  । ୨୦୧୭-୧୮ରେ ସେ ଆୟକର ରିଟର୍ଣ୍ଣରେ ଏହା ଦର୍ଶାଇଛନ୍ତି  । ତେବେ ତାଙ୍କର କୌଣସି ମୋଟର ଯାନ ନାହିଁ  । ତାଙ୍କର ଅସ୍ଥାବର ସମ୍ପତି ମୂଲ୍ୟ ମାତ୍ର ୨୫ ହଜାର ଟଙ୍କା  । ପୋଷାକ ଓ ଜୋତା ଭଳି ସାମଗ୍ରୀର ମୂଲ୍ୟ ସେ ଦର୍ଶାଇଛନ୍ତି  । ବିଭିନ୍ନ ବ୍ୟାଙ୍କ ଜମା, ଏଲଆଇସି ଆଦିକୁ ମିଶାଇଲେ ତାଙ୍କର ଅସ୍ଥାବର ସମ୍ପତି ମୂଲ୍ୟ ମାତ୍ର ୪ ଲକ୍ଷ ୧୨ ହଜାର ୩୭୪ଟଙ୍କା ରହିଛି  । ପୈତୃକ ସମ୍ପତିରେ ତାଙ୍କର ଏକ ସପ୍ତମାଂଶ ଅଂଶ ରହିଛି  । ପୈତୃକ ଘରର ମୂଲ୍ୟ ମାତ୍ର ୫ ଲକ୍ଷ ୮୬ ହଜାର ଟଙ୍କା ହୋଇଥିବାବେଳେ ସେଥିରେ ଅଚୁ୍ୟତଙ୍କ ଅଂଶ ମାତ୍ର ୮୩୭୧୪ ଟଙ୍କା ବୋଲି ସେ ଦର୍ଶାଇଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook