Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଧନୀ ସୌମ୍ୟରଂଜନ

    Share on :
    Date: Mar 9, 2018    Views: 1049

    ଭୁବନେଶ୍ୱର : ବିଜେଡ଼ିର ୩ ରାଜ୍ୟସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଧନୀ ହେଉଛନ୍ତି ସୌମ୍ୟରଂଜନ ପଟ୍ଟନାୟକ  । ସତ୍ୟପାଠରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତି ମୂଲ୍ୟ ୨୧ କୋଟି ୪୮ ଲକ୍ଷ ୧୭ ହଜାର ୬୨୦ ଟଙ୍କା  ରହିଥିବା ଦର୍ଶାଯାଇଛି  । ତାଙ୍କ ନିକଟରେ ୬ କୋଟି ୫୭ ଲକ୍ଷ ୫୫୩୯୨ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବାବେଳେ ପନôୀଙ୍କ ନିକଟରେ ୧ କୋଟି ୨୫ ଲକ୍ଷ ୮୭ ହଜାର ଟଙ୍କା ୨୨୮ ଟଙ୍କା ରହିଛି  । ସେହିପରି ସୌମ୍ୟଙ୍କର ସ୍ଥାବର ସମ୍ପତି ପରିମାଣ ୧୧ କୋଟି ୫୨ ଲକ୍ଷ ୭୫ ହଜାର ଟଙ୍କାର ସମ୍ପତ୍ତି ରହିଥିବାବେଳେ ପନôୀଙ୍କ ନିକଟରେ ୨ କୋଟି ୧୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି  ।
    ସତ୍ୟପାଠରେ ସୌମ୍ୟରଂଜନ ଦର୍ଶାଇଛନ୍ତିଯେ, ୨୦୧୭-୧୮ରେ ତାଙ୍କର ବାର୍ଷିକ ଆୟ ୨୫ ଲକ୍ଷ ୬୬ ହଜାର ୭୧୭ ଟଙ୍କା ଥିବାବେଳେ ତାଙ୍କ ପନôୀଙ୍କ ବାର୍ଷିକ ଆୟ ୧୫ ଲକ୍ଷ ୩୩ ହଜାର ୦୫୮ ଟଙ୍କା ରହିଛି  ।  
    ୨୦୦୪ରେ ସୌମ୍ୟରଂଜନ ଭୁବନେଶ୍ୱର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ  । ସେତେବେଳେ ତାଙ୍କ ସମ୍ପତି ପରିମାଣ ୧ କୋଟି ୮୭ ଲକ୍ଷ ୨୭୬୬୨ ଟଙ୍କା ଥିଲା ବୋଲି ଦର୍ଶାଇଥିଲେ  । ୨୦୦୯ରେ ସୌମ୍ୟରଂଜନ କଂଗ୍ରେସ ଟିକେଟରେ ଖଣ୍ଡପଡ଼ାରୁ ନିର୍ବାଚନ ଲଢ଼ିଥିଲେ  । ସେତେବେଳେ ତାଙ୍କ ନିକଟରେ ୪ କୋଟି ୫୮ ଲକ୍ଷ ଟଙ୍କା ୫୪୨ ଟଙ୍କାର ସମ୍ପତ୍ତି ରହିଥିଲା ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା  । ସେହିପରି ୨୦୧୪ରେ ସୌମ୍ୟରଂଜନ ଆମ ଓଡ଼ିଶା ପାର୍ଟିରୁ ଖଣ୍ଡପଡ଼ାରେ ଲଢ଼ିଥିଲେ  । ସତ୍ୟପାଠରେ ତାଙ୍କ ସମ୍ପତ୍ତି ପରିମାଣ ପ୍ରାୟ ୧୫ କୋଟି ୧୮ ଲକ୍ଷ ୫୧୫୦୪ ଟଙ୍କା ରହିଥିଲା ବୋଲି ଦର୍ଶାଯାଇଥିଲା  । ୨୦୧୩-୧୪ରେ ତାଙ୍କର ବାର୍ଷିକ ଆୟ ୧୫ ଲକ୍ଷ ୯୨ ହଜାର ୧୨୪ ଟଙ୍କା ବୋଲି ଦର୍ଶାଯାଇଥିବାବେଳେ ତାଙ୍କ ପନôୀ ସୁଦତା ପଟ୍ଟନାୟକଙ୍କ ଆୟ ୧୦ ଲକ୍ଷ ୮୪ ହଜାର ୯୯୭ ଟଙ୍କା ବୋଲି ଦର୍ଶାଯାଇଛି  ।

    Maximum 500 characters

    ରାଜନୀତି View all

    Find Us on Facebook