Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୨୦୧୯ରେ କ୍ଷମତାକୁ ଫେରିବୁ : ସୋନିଆ ଗାନ୍ଧୀ

    Share on :
    Date: Mar 9, 2018    Views: 1595

    ମୁମ୍ବାଇ : ୨୦୧୯ରେ ବିଜେପିକୁ କ୍ଷମତାକୁ ଫେରିବାକୁ ଦେବୁ ନାହିଁ  । କଂଗ୍ରେସ ପୁଣି କ୍ଷମତାକୁ ପ୍ରତ୍ୟାବର୍ତନ କରିବ  । ଏଭଳି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ଏଆଇସିସିର ପୂର୍ବତନ ସଭାନେତ୍ରୀ ସୋନିଆ ଗାନ୍ଧୀ  ।
    ବମ୍ବେରେ ଆୟୋଜିତ ଇଣ୍ଡିଆ ଟୁଡେ଼ କନକ୍ଲେଭରେ ସୋନିଆ କହିଲେଯେ, ମୋଦି ସରକାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି  ।୨୦୧୪ ନିର୍ବାଚନ ବେଳେ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କାର୍ଯ୍ୟକାରୀ କରିନାହାନ୍ତି  । ସେ କହିଲେଯେ, ସମସ୍ତ ବିରୋଧୀ ଦଳକୁ ଏକାଠି କରିବା ଅତ୍ୟନ୍ତ କଷ୍ଟକର  । କାହିଁକିନା ଅନେକ ରାଜ୍ୟରେ ସେମାନେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି  । ତେବେ ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ବିରୋଧୀଙ୍କୁ ଏକାଠି ହେବାର ଆବଶ୍ୟକତା ରହିଛି ବୋଲି ସୋନିଆ କହିଥିଲେ  ।

    ରାହୁଲଙ୍କ ସମ୍ପର୍କରେ ସୋନିଆ କହିଲେଯେ, ରାହୁଲ ନିଜର ଉତରଦାୟିତ୍ୱ ସମ୍ପର୍କରେ ଭଲ ଭାବେ ଅବଗତ  । ମୁଁ ମଝିରେ ମଝିରେ କେବଳ ପରାମର୍ଶ ହିଁ ଦେଉଛି  । ସେହିପରି ରାହୁଲଙ୍କ ଷ୍ଟାଇଲକୁ ନେଇ ସୋନିଆ କହିଲେଯେ, ପ୍ରତ୍ୟେକ ଲୋକଙ୍କ କାର୍ଯ୍ୟ କରିବାର ତରିକା ଅଲଗା ଅଲଗା  । ତେବେ କଂଗ୍ରେସର ନିର୍ଦ୍ଧିଷ୍ଟ ନୀତି ରହିଛି, ଯାହାକୁକି ଆମେ ଅନୁସରଣ କରୁଛୁ ବୋଲି ସୋନିଆ କହିଥିଲେ  । ଦଳକୁ ପୁର୍ନଗଠିତ କରିବା ସମ୍ପର୍କରେ ସୋନିଆ କହିଲେଯେ, ରାହୁଲ ଯୁବକ ଓ ନୂଆ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବାକୁ ଚାହୁଁଛନ୍ତି  । ତେବେ ତା’ମାନେ ନୁହେଁଯେ, ଆମେ ପୁରୁଣା ଲୋକଙ୍କୁ ଭୁଲିଯିବା  । ମୋଦି ସରକାରଙ୍କ କାର୍ଯ୍ୟକୁ ନେଇ ସେ ପ୍ରଶ୍ନ କରିବା ସହ ବାଜପାୟୀଙ୍କ ଇଣ୍ଡିଆ ସାଇନିଂ ଓ ମୋଦିଙ୍କ ଅଚ୍ଛେଦିନଙ୍କୁ ନେଇ କଟାକ୍ଷ କରିଥିଲେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook