Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟସଭା ନିର୍ବାଚନ : ସମସ୍ତଙ୍କ ପ୍ରସ୍ତାବକ ରହିଲେ ନବୀନ

    Share on :
    Date: Mar 9, 2018    Views: 1037

    ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀଭାବେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚୁ୍ୟତ ସାମନ୍ତ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତିନି ପ୍ରାର୍ଥୀଙ୍କର ପ୍ରସ୍ତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି । ଦିନ ପ୍ରାୟ ୧୨ଟା ୧୫ରେ ପ୍ରଥମ ପ୍ରାର୍ଥୀ ଭାବେ ପ୍ରଶାନ୍ତ ନନ୍ଦ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପରେ ପରେ ସୌମରଂଜନ ପଟ୍ଟନାୟକ ଓ ଅଚୁ୍ୟତ ସାମନ୍ତ ରିଟର୍ଣ୍ଣିଂ ଅଧିକାରୀ ପାଟିଲ୍ ରାଜେଶ ପ୍ରଭାକରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।  ସମସ୍ତ ପ୍ରାର୍ଥୀ ଦୁଇ ସେଟ୍ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । 
    ପ୍ରଶାନ୍ତ ନନ୍ଦଙ୍କ ପ୍ରସ୍ତାବକ ଓ ସମର୍ଥକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବଳଭଦ୍ର ମାଝୀ, ମୁକ୍ତିକାନ୍ତ ମଣ୍ଡଳ, ପ୍ରିୟଦର୍ଶୀ ମିଶ୍ର, ରୋହିତ ପୂଜାରୀ, ବିଜୟ କୁମାର ନାୟକ, ଭାଦବ ହାଂସଦା, ଜ୍ୟୋତିପ୍ରକାଶ ପାଣଗ୍ରାହୀ ଓ ଜୀବନ ପ୍ରଦୀପ ଦାଶ ରହିଥିଲେ ।  ସେହିପରି ଅନ୍ୟଏକ ସେଟ୍ରେ ଅନନ୍ତ ଦାଶ, ଶଶୀଭୂଷଣ ବେହେରା, ବିଜୟଶ୍ରୀ ରାଉତରାୟ, ପ୍ରମିଳା ମଲ୍ଲିକ, ଡା. ପ୍ରୀୟାଂଶୁ ପ୍ରଧାନ, ନନ୍ଦିନୀ ଦେବୀ, ଟୁକୁନି ସାହୁ, ପ୍ରୀତିରଂଜନ ଘଡେ଼ଇ, ଡ. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ସରୋଜ ସାମଲ ସ୍ୱାକ୍ଷର କରିଥିଲେ । 
    ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଥମ ସେଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିକ୍ରମ କେଶରୀ ଆରୁଖ, ଡା. ନୃସିଂହ ଚରଣ ସାହୁ, ସମୀର ରଂଜନ ଦାସ, ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ଜଗଦେବ, ସଂଜୀବ କୁମାର ସାହୁ, ଅନୁଭବ ପଟ୍ଟନାୟକ, ଆୟୁବ ଖାନ ଓ ପୂର୍ଣ୍ଣଚନ୍ଦ୍ର ସେଠୀ ରହିଥିବା ବେଳେ ଦ୍ୱିତୀୟ ସେଟ୍ରେ ଦେବୀପ୍ରସାଦ ମିଶ୍ର, ଗୋଲକ ବିହାରୀ ନାୟକ, ଦେବରାଜ ମହାନ୍ତି, ପ୍ରଫୁଲ୍ଲ ସାମଲ, ଊଷା ଦେବୀ, ପ୍ରଦୀପ ମହାରଥୀ, ରୀତା ସାହୁ, ରମେଶ ଚନ୍ଦ୍ର ମାଝୀ, ପ୍ରଫୁଲ୍ଲ ମଲ୍ଲିକ ଓ ଆକାଶ ଦାଶ ନାୟକ ପ୍ରସ୍ତାବକ ଓ ସମର୍ଥକ ରହିଥିଲେ । 
    ସେହିପରି ଅଚୁ୍ୟତ ସାମନ୍ତ ଦାଖଲ କରିଥିôବା ପ୍ରଥମ ସେଟ୍ରେ ନବୀନ ପଟ୍ଟନାୟକ, ବିକ୍ରମ ଆରୁଖ, ପ୍ରଣବ ପ୍ରକାଶ ଦାସ, ହୃଷିକେଶ ନାୟକ, ରାଜେନ୍ଦ୍ର କୁମାର ସାହୁ, ଚନ୍ଦ୍ରସାରଥୀ ବେହେରା, ପ୍ରତାପ ଜେନା, ପ୍ରଶାନ୍ତ ମୁଦୁଲି, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଉମାକାନ୍ତ ସାମନ୍ତରାୟ ରହିଥିବା ବେଳେ ଦ୍ୱିତୀୟ ସେଟ୍ରେ ବେଦପ୍ରକାଶ ଅଗ୍ରୱାଲା, ନିରଞ୍ଜନ ପୂଜାରୀ, ପୁଷ୍ପେନ୍ଦ୍ର ସିଂହଦେଓ, ଅଶୋକ ଚନ୍ଦ୍ର ପଣ୍ଡା, ସୀମାରାଣୀ ନାୟକ, ଅରୁଣ କୁମାର ସାହୁ, ରଜନୀକାନ୍ତ ସିଂହ, ସୁକାନ୍ତ କୁମାର ନାୟକ, ନିତ୍ୟାନନ୍ଦ ସାହୁ ଓ ମାୟାଧର ଜେନା ପ୍ରସ୍ତାବକ ଓ ସମର୍ଥକ ରହିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook