Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନିନ୍ଦୁକମାନଙ୍କୁ ସ୍ୱାଗତ: ସୌମ୍ୟରଞ୍ଜନ

    Share on :
    Date: Mar 9, 2018    Views: 5053

    ଭୁବନେଶ୍ୱର: ଆଜି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପରେ ସୌମରଂଜନ ପଟ୍ଟନାୟକ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଅତି ଚତୁରତାର ସହିତ ଉତର ରଖିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ ଚେଷ୍ଟା ଜାରି ରଖିବି । ଓଡ଼ିଶାର ସ୍ୱାର୍ଥ ପାଇଁ ମୋତେ ଆଉ ଏକ ସୁଯୋଗ ମିଳିଛି । ପୂର୍ବରୁ ସାମ୍ବାଦିକ ହିସାବରେ ଓଡ଼ିଶାର ସମସ୍ୟା ଉଠାଉଥିଲି, ଏବେ ସାଂସଦ ହିସାବରେ ଓଡ଼ିଶାର ସମସ୍ୟା କଥା ଉଠାଇବି ଓ ସମାଧାନ ପାଇଁ ଚେଷ୍ଟା କରିବି । ବିଜେଡିରେ ମିଶିବା ପରେ ତାଙ୍କୁ ସମାଲୋଚନାର ଶିକାର ହେଉଥିବା ନେଇ ପ୍ରଶ୍ନରେ ସେ କହିଛନ୍ତି ଯେ, ନିନ୍ଦୁକମାନଙ୍କୁ ସବୁବେଳେ ପାଖରେ ରଖିବା କଥା । କାରଣ ନିନ୍ଦା ଓ ସମାଲୋଚନାର ଶିକାର ହେଲେ ସଚେତନ ହେବାକୁ ପଡ଼ିବ । ତେଣୁ ସମାଲୋଚକ ଓ ନିନ୍ଦୁକମାନଙ୍କୁ ସ୍ୱାଗତ କରୁଛି । ଯେଉଁଥିବା ପାଇଁ ସମାଲୋଚନାର ଶିକାର ହେବି ତାହାକୁ ସୁଧାରିବାକୁ ଚେଷ୍ଟା କରିବି । 

    Maximum 500 characters

    ଅଧିକ ମତାମତ

    Sunibaku a sabu B hala lage SAUMYA Babu nka katha

    Mar 9, 2018

    ତାଜା ଖବର View all

    Find Us on Facebook