Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଇଚ୍ଛାମୃତୁ୍ୟକୁ ସୁପି୍ରମକୋର୍ଟଙ୍କ ଅନୁମତି

    Share on :
    Date: Mar 9, 2018    Views: 1083

    ନୂଆଦିଲ୍ଲୀ : ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଇଚ୍ଛାମୃତୁ୍ୟକୁ ନେଇ ଆଜି ଏକ ଐତିହାସିକ ରାୟ ଶୁଣାଣିଛନ୍ତି । ସୁପି୍ରମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଖଣ୍ଡପୀଠ ଶୁଣାଇଛନ୍ତି ଯେ, ଗୁରୁତର ବ୍ୟକ୍ତି ଇଚ୍ଛାମୃତୁ୍ୟ ନେଇ ଆବେଦନ କରିପାରିବେ । ଯନ୍ତ୍ରଣାରୁ ତ୍ରାହିପାଇଁ ଇଚ୍ଛାମୃତୁ୍ୟ ପାଇଁ ଆବେଦନ କରିବାକୁ ସୁପି୍ରମ୍କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ଏଥିପାଇଁ ଏକ ବଡ଼ ସର୍ତ ରଖିଛନ୍ତି କୋର୍ଟ । ଇଚ୍ଛାମୃତୁ୍ୟ କରିବାକୁ ହେଲେ ପ୍ରଥମେ ଗୁରୁତର ଅସୁସ୍ଥ ପରିବାର ପକ୍ଷରୁ ଆବେଦନ କରିବାକୁ ପଡ଼ିବ । ପରେ ଏ ନେଇ ଏକ ମେଡିକାଲ ବୋର୍ଡ ଗଠନ ହେବ । ମେଡିକାଲ ବୋର୍ଡର ନିଷ୍ପତି ଉପରେ ପଦକ୍ଷେପ ନିଆଯିବ । ସୁପି୍ରମ୍କୋର୍ଟ କହିଛନ୍ତି ଯେ, ସମ୍ମାନର ସହ ମୃତୁ୍ୟବରଣ କରିବା ପ୍ରତ୍ୟେକ ବ୍ୟକ୍ତିର ଅଧିକାର । 

    Maximum 500 characters

    ତାଜା ଖବର View all

    Find Us on Facebook