Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନାମାଙ୍କନ ପତ୍ର ଦାଖଲ କଲେ ପ୍ରଶାନ୍ତ, ସୌମ୍ୟ ଓ ଅଚୁ୍ୟତ

    Share on :
    Date: Mar 9, 2018    Views: 651

    ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର ମୁଖପାତ୍ର ପ୍ରଶାନ୍ତ ନନ୍ଦ, ନିକଟରେ ବିଜେଡିରେ ମିଶିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଓ କିସ୍ର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ । ଦିନ ସାଢେ଼ ୧୨ଟାରେ ପ୍ରଥମେ ପ୍ରଶାନ୍ତ ନନ୍ଦ, ପରେ ସୌମରଂଜନ ପଟ୍ଟନାୟକ ଓ ଶେଷରେ ଅଚୁ୍ୟତ ସାମନ୍ତ ରିଟର୍ଣ୍ଣି ଅଫିସରଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମନ୍ତ୍ରୀ ଓ ନେତାଙ୍କ ଉପସ୍ଥିତିରେ ଏହି ୩ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକି ଓ ପ୍ରଦୀପ ମହାରଥୀଙ୍କ ସମେତ ଅନ୍ୟମାନେ ସୌମ୍ୟରଂଜନ ପଟ୍ଟନାୟକଙ୍କ ପାଇଁ ପ୍ରସ୍ତାବକ ରହିଥିଲେ । ତିିନି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ପ୍ରସଙ୍ଗରେ ବିଜେଡି ପ୍ରାର୍ଥୀ ଦୃଢ଼ ଭାବେ ଦାବି ଉଠାଇବେ । ରାଜ୍ୟର ସ୍ୱାର୍ଥ ପାଇଁ ଦାବି ଉପସ୍ଥାପନ କରିବେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ପୁଣି ଉଠିବ । 
    ସେହିଭଳି ସୌମରଂଜନ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିବା ପରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଅତି ଚତୁରତାର ସହିତ ଉତର ରଖିଛନ୍ତି । ଓଡ଼ିଶାର ବିକାଶ ପାଇଁ ଚେଷ୍ଟା ଜାରି ରଖିବି । ସଡ଼ିଶାର ସ୍ୱାର୍ଥ ପାଇଁ ମୋତେ ଆଉ ଏକ ସୁଯୋଗ ମିଳିଛି । ପୂର୍ବରୁ ସାମ୍ବାଦିକ ହିସାବରେ ଓଡ଼ିଶାର ସମସ୍ୟା ଉଠାଉଥିଲି, ଏବେ ସାଂସଦ ହିସାବରେ ଓଡ଼ିଶାର ସମସ୍ୟା କଥା ଉଠାଇବି ଓ ସମାଧାନ ପାଇଁ ଚେଷ୍ଟା କରିବି । ବିଜେଡିରେ ମିଶିବା ପରେ ତାଙ୍କୁ ସମାଲୋଚନାର ଶିକାର ହେଉଥିବା ନେଇ ପ୍ରଶ୍ନରେ ସେ କହିଛନ୍ତି ଯେ, ନିନ୍ଦୁକମାନଙ୍କୁ ସବୁବେଳେ ପାଖରେ ରଖିବା କଥା । କାରଣ ନିନ୍ଦା ଓ ସମାଲୋଚନାର ଶିକାର ହେଲେ ସଚେତନ ହେବାକୁ ପଡ଼ିବ । ତେଣୁ ସମାଲୋଚକମାନଙ୍କୁ ସ୍ୱାଗତ କରୁଛି । ଯେଉଁଥିବା ପାଇଁ ସମାଲୋଚନାର ଶିକାର ହେବି ତାହାକୁ ସୁଧାରିବାକୁ ଚେଷ୍ଟା କରିବି । ସେହିଭଳି ଓଡ଼ିଆ ଭାଷା ଆନେ୍ଦାଳନ ଓ ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ସରକାର ବିରୋଧରେ ଲଢ଼ିବେ କି ନାହିଁ ପ୍ରଶ୍ନର ଉତର ଦେଇ କହିଛନ୍ତି ସମୟ ଆସିଲେ ସବୁ ଜଣାପଡ଼ିବ । 
    ସେହିପରି ନାମାଙ୍କନପତ୍ର ଦାଖଲ ପରେ ଅଚୁ୍ୟତ ସାମନ୍ତ କହିଛନ୍ତି ଯେ, ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ଉଦ୍ୟମ କରିବି । ଗୁରୁତ୍ୱ ଅନୁସାରେ ଗୃହରେ ପ୍ରସଙ୍ଗ ଉଠାଇବିି । ଜନଜାତି ଛାତ୍ରଛାତ୍ରୀଙ୍କ ବିକାଶ ଦିଗରେ କାମ କରିବି ।  ପ୍ରଶାନ୍ତ ନନ୍ଦ ନିଜ ପ୍ରତିକି୍ରୟାରେ କହିଛନ୍ତି ଯେ, ରାଜ୍ୟରେ ଓଡ଼ିଶାର ସ୍ୱର ଦୃଢ଼ କରିବୁ । ଓଡ଼ିଶାର ଯାହା ଦାବି ରହିଛି ଉପସ୍ଥାପନ କରିବୁ । 

     

    Maximum 500 characters

    ତାଜା ଖବର View all

    Find Us on Facebook