Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନୟାଗଡ଼ରେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ, ଛାତ୍ରଛାତ୍ରୀ ବହିସ୍କୃତ

    Share on :
    Date: Mar 9, 2018    Views: 2309

    ଭୁବନେଶ୍ୱର : ନୟାଗଡ଼ରେ ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇଛି  । ଖଣ୍ଡପଡ଼ା ଅଂଚଳରେ ଏହି ଘଟଣା ଚର୍ଚ୍ଚା ସୃଷ୍ଟି କରିଛି  । ଦୁଇ କଲେଜ ଛାତ୍ରଛାତ୍ରୀଙ୍କ ଅଶ୍ଲୀଳ ଭିଡ଼ିଓ ଏବେ ହ୍ୱାଟସଆପରେ ଘୂରିବୁଲିଛି  । ଏନେଇ ଖବର ପାଇବା ପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି  । ଭିଡ଼ିଓରେ ଥିବା ଯୁବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି  । ଅପରପକ୍ଷରେ ପୁଲିସ ଏତଲାକୁ ଭିତ୍ତ କରି ତଦନ୍ତ ଆରମ୍ଭ କରିଥିବାବେଳେ ଭିଡ଼ିଓରେ ଥିବା ଯୁବକଙ୍କୁ ଖୋଜୁଛି  । ତେବେ ଯୁବକ ଜଣଙ୍କ ଫେରାର ଥିବା ଜାଣିବାକୁ ମିଳିଛି  । ଦୁଇ ଛାତ୍ରଛାତ୍ରୀ ନୟାଗଡ଼ ଜିଲ୍ଲା କଂଟିଲୋ ଅଂଚଳର ବୋଲି ଜଣାପଡ଼ିଛି  । ଏହି ଘଟଣା ପରେ କଲେଜ କର୍ତୃପକ୍ଷ ଦୁଇ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରିଦେଇଛନ୍ତି । 
    ସୂଚନାଯୋଗ୍ୟଯେ, ରାଜ୍ୟର ବିଭିନ୍ନ ଅଂଚଳରେ ଏଭଳି ଅଭିଯୋଗ ବାରବାର ଆସୁଛି  । ଏନେଇ ପୁଲିସ ଡିଜି ମଧ୍ୟ ଏନେଇ ଆଭଡ଼ାଇଜରୀ ଜାରି କରିଥିଲେ  । ଭିଡ଼ିଓ ଭାଇରାଲ ବେଆଇନ ହୋଇଥିବାବେଳେ ୫ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲର ପ୍ରାବଧାନ ରହିଛି  । ତେଣୁ ଏନେଇ ପୁଲିସ ପକ୍ଷରୁ ମଧ୍ୟ ସଚେତନତା ସୃଷ୍ଟି କରାଯାଇଛି  । ସେହିପରି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ସୁଟିଂ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook