Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅନୁପ ସାହୁ ଭୁବନେଶ୍ୱର ଡିସିପି

    Share on :
    Date: Mar 9, 2018    Views: 105

    ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି  । ଭୁବନେଶ୍ୱର କମିଶନରେଟ ପୁଲିସ ଡିସିପି ସତ୍ୟବ୍ରତ ଭୋଇଙ୍କୁ ଉତ୍ତରାଂଚଳ ପୁଲିସ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଥିବାବେଳେ ତାଙ୍କ ସ୍ଥାନରେ ଭଦ୍ରକ ଏସପି ଅନୁପ କୁମାର ସାହୁଙ୍କୁ ଅଣାଯାଇଛି  । ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିଦେ୍ର୍ଧଶକ ୧୯୯୦ ବ୍ୟାଚର ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ତାଲିମ ଏବଂ ବିପିଏସପିଏର ଅତିରିକ୍ତ ପୁଲିସ ମହାନିଦେ୍ର୍ଧଶକ ଭାବେ ବଦଳି କରାଯାଇଥିବାବେଳେ ୧୯୮୮ ବ୍ୟାଚର ମନୋଜ କୁମାର ଛାବ୍ରାଙ୍କୁ ଅତିରିକ୍ତ ପୁଲିସ ମହାନିଦେ୍ର୍ଧଶକ ଭାବେ, ୧୯୮୯ ବ୍ୟାଚର ବରିଷ୍ଠ ପୁଲିସ ଅଧିକାରିଣୀ ବି. ରାଧିକା ପୁଲିସ ମୁଖ୍ୟାଳୟର ଅତିରିକ୍ତ ପୁଲିସ ମହାନିଦେ୍ର୍ଧଶକ ଭାବେ, ୧୯୯୩ ବ୍ୟାଚର ଏସକେ ନାଥଙ୍କୁ ଏସଏଫଏସଏଲର ନିଦେ୍ର୍ଧଶକ ଭାବେ ବଦଳି କରାଯାଇଛି  । 

    ଅପରପକ୍ଷରେ ୧୯୯୩ ବ୍ୟାଚର ବିନୟତୋଷ ମିଶ୍ରଙ୍କୁ ଅତ୍ୟାଧୁନିକୀକରଣ ଏଡ଼ିଜିପି ଭାବେ ବଦଳି କରାଯାଇଥିବାବେଳେ ଆରପି କୋଚେଙ୍କୁ ଅପରେସନ ବିଭାଗର ଏଡିଜିପି ଭାବେ, ଆରକେ ଶର୍ମାଙ୍କୁ ଗୁଇନ୍ଦା ବିଭାଗର ଆଇଜି ଭାବେ, ପିଏସ ରଣପିସେଙ୍କୁ ଆଇଜି ପୁଲିସ (ପର୍ସନାଲ), ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଂଚର ଆଇଜି, ସଂଜୟ କୁମାର ସିଂହଙ୍କୁ ଦୈତ୍ୟନଗରୀର ଅତିରିକ୍ତ ପୁଲିସ କମିଶନର, ଘନଶ୍ୟାମ ଉପାଧ୍ୟାୟଙ୍କୁ ଉତରାଚଂଳ କେନ୍ଦ୍ରାଂଚଳ ଆଇଜି, ଏଏନସିହ୍ନାଙ୍କୁ ପଶ୍ଚିମାଂଚଳ ଡିଆଇଜି, ଏନକେ କାନୋଡ଼ିଆଙ୍କୁ ଅର୍ଥନୈତିକ ଅପରାଧିକ ଶାଖାର ଡିଆଇଜି, ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଏଚଆରପିସି ଏସସିଏସଟି ସେଲର ଡିଆଇଜି ଭାବେ, ଆଶିଷ କୁମାର ସିଂହଙ୍କୁ ଦକ୍ଷିଣାଂଚଳ ଡିଆଇଜି ଭାବେ ଓ ଅନିରୁଦ୍ଧ କୁମାର ସିଂହଙ୍କୁ ଏସଓଜି କମାଣ୍ଡାଂଟ ଭାବେ ବଦଳି କରାଯାଇଛି  ।
    ସରକାରଙ୍କ ପକ୍ଷରୁ ୧୧ ଜିଲ୍ଲାର ଏସପିଙ୍କୁ ବଦଳି କରାଯାଇଛି  । ମୟୂରଭଂଜ ଏସପି ଭାବେ ଅବିନାଶ କୁମାର, ବି୍ରଜେଶ କୁମାର ରାୟଙ୍କୁ ଗଂଜାମ ଏସପି ଭାବେ, ମିତ୍ରଭାନୁ ମହାପାତ୍ରଙ୍କୁ ଅନୁଗୋଳ ଏସପି, ବତୁଲ ଗଙ୍ଗାଧରଙ୍କୁ ଭଦ୍ରକ, ଅନୁପମ ଜାମେଶଙ୍କୁ ଦେବଗଡ଼, ମୁକେଶ କୁମାର ଭାମୋଙ୍କୁ ବରଗଡ଼, ସୌମ୍ୟ ମିଶ୍ରଙ୍କୁ ସୁନ୍ଦରଗଡ଼, ବିବେକାନନ୍ଦ ଶର୍ମାଙ୍କୁ ନବରଙ୍ଗପୁର, ପ୍ରତୀପ ସିଂହଙ୍କୁ କନ୍ଧମାଳ ଓ କାର୍ତିକେଶ୍ୱର ସାମଲଙ୍କୁ ସ୍ପେଶାଲ ବ୍ରାଂଚ ଏସପି ଭାବେ ବଦଳି କରାଯାଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook