Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କେନ୍ଦୁପତ୍ର ତୋଳାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର

    Share on :
    Date: Mar 8, 2018    Views: 777

    ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଖୁସି ଖବର  । ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀମାନଙ୍କୁ ଶତ ପ୍ରତିଶତ ବୋନସ ଦେବା ପାଇଁ ନିଷ୍ପତି ନେଇଛନ୍ତି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନିଷ୍ପତ୍ତି ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ଏହି ସୂଚନା ଦେଇଛନ୍ତି  ।


    ସୂଚନା ଅନୁଯାୟୀ, କେନ୍ଦୁପତ୍ର କେରି ପିଛା ଦର ୨୫% ବୃଦ୍ଧି ପାଇଛି  । ପୂର୍ବରୁ ତାହା କେରି ପିଛା ଦର ୮୦ ପଇସା ଥିବାବେଳେ ଏବେ ତାହା ୧ ଟଙ୍କା କରାଯାଇଛି  । ବୋନସ ବାବଦରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କୁ ୧୬୦ କୋଟି ଟଙ୍କାର ବୋନସ ପ୍ରଦାନ କରାଯିବ  । ସେହିପରି କେନ୍ଦୁପତ୍ର ବନ୍ଧାଳୀ ଓ ସିଜିନାଲ ୱାର୍କରଙ୍କୁ ୨୦% ବୋନସ ମିଳିବ  ।

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କେନ୍ଦୁପତ୍ର ଉନ୍ନୟନ ପରିଷଦର ୫ମ ବୈଠକ ଅନୁଷ୍ଠିତ ହୋଇଥିଲା  । ବୈଠକରେ କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା  । ୨୦୧୮ ଫସଲ ବର୍ଷ ପାଇଁ କେରୀ ଅଂଚଳରେ (୨୦ ପତ୍ର) କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ୮୦ ପଇସାରୁ ୧ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଫାଳ ଅଂଚଳରେ (୪୦ ପତ୍ର) ସଂଗ୍ରହ ମୂଲ୍ୟକୁ ୧ଟଙ୍କା ୬୦ ପଇସାରୁ ୨ଟଙ୍କାକୁ ବୃଦ୍ଧି କରାଯାଇଛି  । ସେହିପରି ୨୦୧୭ ଫସଲ ବର୍ଷ ପାଇଁ କେନ୍ଦୁପତ୍ରର କ୍ରୟ ମୂଲ୍ୟ ଉପରେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ଶହେ ପ୍ରତିଶତ ବୋନସ ଦିଆଯିବ  । ୨୦୧୭ ଫସଲ ବର୍ଷ ପାଇଁ କେନ୍ଦୁପତ୍ର ସିଜନାଲ କର୍ମଚାରୀ ଓ ବନ୍ଧାଳୀମାନଙ୍କୁ ତାଙ୍କ ମଜୁରୀର ୨୦% ହାରରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ  ।

    ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ରାଜ୍ୟରେ ୭.୫ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ୨୬ ହଜାର ବନ୍ଧାଳୀ ଅଛନ୍ତି  । ସେଥିପାଇଁ କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭକୁ ସେମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରାଯାଉଛି । ୨୦୧୭ରେ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିମାନଙ୍କ ବ୍ୟାଙ୍କ ଆକାଂଉଟକୁ ବିଭିନ୍ନ ଦେୟ ବାବଦରେ ୧୮୫ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ  । ଏହା ସହିତ ୨୦୧୭-୧୮ ବର୍ଷରେ ବୋଡର଼୍ ପକ୍ଷରୁ ବିଭିନ୍ନ କଲ୍ୟାଣ କ୍ଷେତ୍ରରେ ୪୦ କୋଟି ଟଙ୍କା ବିନିଯୋଗ କରାଯାଇଛି  ।

    ଏହି ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କେନ୍ଦୁପତ୍ର ଉନ୍ନୟନ ପରିଷଦର ସଭାପତି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପିସିସିଏଫ ଏବଂ ବିଭିନ୍ନ ପଂଚାୟତ ପ୍ରତିନିଧି ଓ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳୀମାନେ ଯୋଗ ଦେଇଥିଲେ  ।

    Maximum 500 characters

    ତାଜା ଖବର View all

    Find Us on Facebook