Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମେ’ରେ ମାଟ୍ରିକ ଫଳ, ପ୍ରଶ୍ନପତ୍ର ଭାଇରାଲ ଏକ ଗୁଜବ

    Share on :
    Date: Mar 8, 2018    Views: 527

    ଭୁବନେଶ୍ୱର : ଶେଷ ହୋଇଛି ମାଟ୍ରିକ ପରୀକ୍ଷା  । ଆସନ୍ତା ମାର୍ଚ୍ଚ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ  । ମେ’ରେ ମାଟ୍ରିକ ପରୀକ୍ଷା ଫଳ ବାହାରିବ  । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି  । ତେବେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲକୁ ସେ ଗୁଜବ ବୋଲି କହିଛନ୍ତି  । ଯଦି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥା’ନ୍ତା ତେବେ ତାହାକୁ ଲିକ୍ ବୋଲି କୁହାଯାଇଥା’ନ୍ତା  । କିନ୍ତୁ ପରୀକ୍ଷା ଆରମ୍ଭ ହେବା ପରେ ଏହି ଅଭିଯୋଗ ଆସିଛି  । ତେବେ ଏଭଳି ଅନିୟମିତତାର ତଦନ୍ତ କ୍ରାଇମବ୍ରାଂଚ ଦ୍ୱାରା କରାଯାଉଛି ବୋଲି ଶ୍ରୀ ପାତ୍ର କହିଛନ୍ତି  ।

    ସୂଚନାଯୋଗ୍ୟଯେ, ପରୀକ୍ଷା ଖାତା ଦେଖିବା ପାଇଁ ବୋଡର଼୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ଆସନ୍ତା ମାର୍ଚ୍ଚ ୨୦ରୁ ପରୀକ୍ଷା ଖାତା ଦେଖା ଆରମ୍ଭ ହେବବୋଲି ପୂର୍ବରୁ ବୋଡର଼୍ ସଭାପତି ଜାହାନ ଆରା ବେଗମ୍ ସୂଚନା ଦେଇଥିଲେ  । ମାଟ୍ରିକ ପରୀକ୍ଷା ଖାତା ଦେଖିବାକୁ ୫୭ଟି ମୂଲ୍ୟାଙ୍କନ କେନ୍ଦ୍ର କରାଯାଇଛି  । ସେହିପରି ୧୩୨୮୦ ଶିକ୍ଷକ ଖାତା ଦେଖାରେ ନିୟୋଜିତ ହେବେ  । ଦୁଇ ସପ୍ତାହ ମଧ୍ୟରେ ଖାତା ଦେଖା ଶେଷ ହେବ ବୋଲି ଜାଣିବାକୁ ମିଳିଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook