Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଘୁଂଚିବ ବସନ୍ତ ପଣ୍ଡାଙ୍କ ପରୀକ୍ଷା ତାରିଖ

    Share on :
    Date: Mar 8, 2018    Views: 3263

    ଭୁବନେଶ୍ୱର : ନୂଆପଡ଼ା ପଂଚାୟତ ନିର୍ବାଚନରେ ବିପର୍ଯ୍ୟୟର ସାମ୍ନା କରିଥିବା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଉ ଏକ ପରୀକ୍ଷା ଦେବାକୁ ଯାଉଥିଲେ  । ଅପ୍ରେଲ ୩ରେ ତିନି ଏନଏସି ନିର୍ବାଚନ ହେବାକୁ ଯାଉଥିବେଳେ ସେଥିମଧ୍ୟରେ ନୂଆପଡ଼ା ଏନଏସି ମଧ୍ୟ ରହିଥିଲା  । ଯଦି ଏନଏସିରେ ବି ବସନ୍ତ ପଣ୍ଡାଙ୍କ ବିଜେପି ପରାସ୍ତ ହୋଇଥା’ନ୍ତା ତେବେ ବସନ୍ତଙ୍କ ଦକ୍ଷତା ଉପରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠିଥା’ନ୍ତା  । ତେବେ ଆସନ୍ତା ଏପ୍ରେଲ ୩ରେ ନୂଆପଡ଼ା ଏନଏସିରେ ନିର୍ବାଚନ ହେବା ସମ୍ଭାବନା କ୍ଷୀଣ  । ୱାଡର଼୍ ସଂରକ୍ଷଣ ସଂକ୍ରାନ୍ତୀୟ ଏକ ମାମଲା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିବାବେଳେ ସୋମବାର ଦିନ ପରବର୍ତ୍ତୀ ଶୁଣାଣୀ ହେବବୋଲି ଜାଣିବାକୁ ମିଳିଛି  ।

    ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୯ରେ ହିନେ୍ଦାଳ ଓ ଅତାବିରା ସମେତ ନୂଆପଡ଼ା ଏନଏସି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥା’ନ୍ତା  । ତେବେ ହାଇକୋର୍ଟରେ ମାମଲା ଚାଲିଥିବାରୁ ନୂଆପଡ଼ା ଏନଏସି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ନାହିଁ  । ମାର୍ଚ୍ଚ ୧୩ରୁ ନାମାଙ୍କନ ପତ୍ର ଦାଖଲ ହେବାର ଥିବାବେଳେ ସୋମବାର ମାର୍ଚ୍ଚ ୧୨ ପଡ଼ୁଛି  । ତେଣୁ ସେହିଦିନ ହାଇକୋର୍ଟରେ ମାମଲା ଶୁଣାଣୀ ହେବାର ଥିବାରୁ ନୂଆପଡ଼ା ଏନଏସି ନିର୍ବାଚନ ଘୁଂଚିବାର ଆଶଙ୍କା ରହିଛି । 

    ସୂଚନାଯୋଗ୍ୟଯେ, ଗତ ନୂଆପଡ଼ା ଏନଏସି ନିର୍ବାଚନରେ ୧୪ଟି ୱାଡର଼୍ ମଧ୍ୟରୁ କଂଗ୍ରେସ ୭ଟି ଆସନରେ ଜିତିଥିବାବେଳେ ବିଜେଡ଼ି ୪ଟି ଓ ବିଜେପି ମାତ୍ର ୩ଟି ଆସନ ପାଇଥିଲା  । କଂଗ୍ରେସ ହିଁ ଏନଏସି ଦଖଲ କରିଥିଲା  । ତେବେ ପରେ ସେମାନଙ୍କ ମଧ୍ୟରୁ କେତେକ କଂଗ୍ରେସ କର୍ପୋରେଟର ବିଜେଡ଼ିରେ ସାମିଲ ହୋଇଥିଲେ  ।

    Maximum 500 characters

    ରାଜନୀତି View all

    Find Us on Facebook