Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାଙ୍ଗିଲା ଟିଡ଼ିପି-ବିଜେପି ମେଂଟ, ଏନଡ଼ିଏ ହାତରୁ ଖସିଲା ଆନ୍ଧ୍ର

    Share on :
    Date: Mar 8, 2018    Views: 3129

    ଅମରାବତୀ : ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା  । ଶେଷରେ ତେଲୁଗୁ ଦେଶମ ପାର୍ଟି ଏନଡ଼ିଏରୁ ଓହରି ଆସିଛି  । କେନ୍ଦ୍ରମନ୍ତ୍ରୀ ଥିବା ତେଲୁଗୁ ଦେଶମ ପାର୍ଟିର ନେତାମାନେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି  । ଅପରପକ୍ଷରେ ଆନ୍ଧ୍ର ସରକାରରେ ଥିବା ବିଜେପି ମନ୍ତ୍ରୀମାନେ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡ଼ିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡ଼ୁ ସୂଚନା ଦେଇଛନ୍ତି  ।

    ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ କେନ୍ଦ୍ର ସରକାର ମନା କରିଦେବା ପରେ ଟିଡିପି ଚରମ ଆଭିମୁଖ୍ୟ ଗ୍ରହଣ କରିଛି  । ଅପରପକ୍ଷରେ ଆନ୍ଧ୍ର ବିଜେପି ମଧ୍ୟ ନାଇଡ଼ୁଙ୍କୁ ଆଭିମୁଖ୍ୟକୁ ସମାଲୋଚନା କରିଛି  । କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶକୁ ବହୁ ସହାୟତା ଦେଉଥିବାବେଳେ ଟିଡ଼ିପିର ସମସ୍ତ ଦାବି ଗ୍ରହଣୀୟ ନୁହେଁ  । ତେଣୁ ସେମାନେ ମଧ୍ୟ ଏହାର ପ୍ରତିବାଦ କରିବା ସହ ଆନ୍ଧ୍ର ସରକାରରେ ଥିବା ବିଜେପିର ୨ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି  ।

    ଅପରପକ୍ଷରେ ସଂସଦ ସାମ୍ନାରେ ମଧ୍ୟ ଟିଡିପି ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ଗାନ୍ଧୀ ପ୍ରତିମୂର୍ତି ତଳେ ସେମାନେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ନାରାବାଜି କରିଥିଲେ  ।
    ଏନେଇ ଚନ୍ଦ୍ରବାବୁ କହିଛନ୍ତିଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଳୀରେ ୨୯ ଥର ଭେଟି ଦାବି ଉପସ୍ଥାପିତ କରିଛନ୍ତି  । ହେଲେ ଆନ୍ଧ୍ରକୁ ଉଚିତ ପ୍ରାପ୍ୟ ମିଳିପାରିନାହିଁ ବୋଲି ଚନ୍ଦ୍ରବାବୁ କ୍ଷୋଭ ପ୍ରକାଶ କରିଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook