Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପୃଥ୍ୱୀବଲ୍ଲଭ ଓ ମିଲି ପଣ୍ଡା କ’ଣ ବିଜେଡିକୁ ଯିବେ ?

    Share on :
    Date: Mar 8, 2018    Views: 9233

    ଭୁବନେଶ୍ୱର : ବିଜେଡ଼ିରେ ଏକରକମ ବିଲୀନ ହେଲା ଆମ ଓଡ଼ିଶା ପାର୍ଟି  । କାଲି ଏଇ କଥା କହିଥିଲେ ସଦ୍ୟ ବିଜେଡ଼ିରେ ଯୋଗଦେଇ ରାଜ୍ୟସଭା ଟିକେଟ ହାତେଇ ନେଇଥିବା ସୌମ୍ୟରଂଜନ ପଟ୍ଟନାୟକ  । ତେବେ ସୌମ୍ୟଙ୍କ ସହ ଆମ ଓଡ଼ିଶାର କୌଣସି କର୍ମୀ କାଲି ବିଜୁ ଜନତା ଦଳରେ ସାମିଲ ହୋଇନଥିଲେ  । ଆଜି ଆମ ଓଡ଼ିଶାର ବୈଠକ ଆହୂତ କରାଯାଇଛି । ଖଣ୍ଡପଡ଼ା ଓ ବେଗୁନିଆରୁ ନେଇ ଅନ୍ୟ ଅଂଚଳର ଆମ ଓଡ଼ିଶା ନେତାମାନେ  ବୈଠକରେ ଆଲୋଚନା କରିଛନ୍ତି  । କେଉଁ ନେତାମାନେ ବିଜେଡ଼ିରେ ସାମିଲ ହେବେ ସେନେଇ ଚର୍ଚ୍ଚା ପର୍ଯ୍ୟାଲୋଚନା ଜାରି ରହିଛି  । ଏହି ପରିପ୍ରେକ୍ଷୀରେ ଦୁଇ ଜଣଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି  । ଜଣେ ହେଉଛନ୍ତି ଜାନକୀ ବାବୁଙ୍କ ପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଓ ଅନ୍ୟ ଜଣଙ୍କ ହେଉଛନ୍ତି ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ପନôୀ ମିଲି ପଣ୍ଡା  । 

    ଜାନକୀବାବୁଙ୍କ ଜୀବିତାବସ୍ଥାରେ ପୃଥ୍ୱୀବଲ୍ଲଭ ରାଜନୀତି ପାଇଁ ଆଦୌ ଆଗ୍ରହ ପ୍ରକାଶ କରିନଥିଲେ  । ସେ ନିଜର ବ୍ୟବସାୟରେ ମନୋନିବେଶ କରିଥିଲେ  । ତେବେ ଜାନକୀବାବୁଙ୍କ ଅବର୍ତ୍ତମାନରେ ପୃଥ୍ୱୀବଲ୍ଲଭ ବେଗୁନିଆରେ ସଂଗଠନ ଆରମ୍ଭ କରିଥିଲେ  । କିନ୍ତୁ କେଉଁ ବ୍ୟାନରରେ ସଂଗଠନ କରିବେ ସେନେଇ ସଂଶୟ ରହିଥିଲା  । ଗୋଟିଏ ପଟେ ଆଖିଆଗରେ କଂଗ୍ରେସ ଥିବାବେଳେ ଅପରପକ୍ଷରେ ରହିଥିଲା ଆମ ଓଡ଼ିଶା  । ତେବେ ସେ ଅଟକି ରହିଥିଲେ  । ଯଦି ନିରଂଜନ ପିସିସି ସଭାପତି ହୁଅନ୍ତି ତେବେ ସୌମ୍ୟରଂଜନଙ୍କ କଂଗ୍ରେସ ଆଗମନ ହେବାର ସମ୍ଭାବନା ରହିଥିଲା  । ତେଣୁ ପୃଥ୍ୱୀବଲ୍ଲଭ କଂଗ୍ରେସ ପାଇଁ ବେଗୁନିଆରେ ସଂଗଠନ କରିଥା’ନ୍ତେ  । ଏବେବି ଜାନକୀବାବୁଙ୍କ କୋଟେରୀର ୩୦ ହଜାର ଭୋଟ ବେଗୁନିଆରେ ରହିଥିଲା  । କିନ୍ତୁ ପଦ୍ମ ଘୁଂଚିଘୁଚି ଗଲା ପରି ନିରଂଜନ ପିିସିସି ସଭାପତି ହୋଇପାରିନଥିଲେ  । ସେହିପରି ଆମ ଓଡ଼ିଶାର ସଂଗଠନ ସୁଦୃଢ଼ ନଥିବାରୁ ସୌମ୍ୟରଂଜନ ମଧ୍ୟ ଅନ୍ୟ ଦଳକୁ ଯିବା ପାଇଁ ୨୦୧୭ ପଂଚାୟତ ନିର୍ବାଚନବେଳଠାରୁ ଯୋଜନା କରିଥିଲେ  । ଉଭୟ ବିଜେପି ଓ ବିଜେଡ଼ି ସହ ସେ ଯୋଗାଯୋଗରେ ଥିଲେ  । ତେବେ ସେଭଳି କିଛି ନହୋଇପାରିବାରୁ କେବଳ ଖଣ୍ଡପଡ଼ାରେ ମାଠିଆ ଚିହ୍ନରେ ପ୍ରାର୍ଥୀ ଦେଇଥିଲା  । କିଂଚିତ ସଫଳତା ମଧ୍ୟ ପାଇଥିଲା  । ତେବେ ବେଗୁନିଆରେ ଆମ ଓଡ଼ିଶା ନିଷ୍କି୍ରୟ ରହିବା ସହ ବିଜେପିକୁ ଭୋଟ ମଡ଼ାଇଥିଲେ  । କାହିଁକିନା ବିଜେଡ଼ି ଦୁର୍ବଳ ହେବା ପରେ ସେମାନେ ହିଁ ଫାଇଦାରେ ରହିବେ ବୋଲି ଯୋଜନା କରିଥିଲେ  । ତେବେ ପରବର୍ତୀ ସମୟରେ ସୌମ୍ୟରଂଜନ ବିଜେପିରୁ ନିରାଶ ହେବା ପରେ ବିଜେଡ଼ିରେ ମିଶିବା ପାଇଁ ଯୋଜନା କରିଥିଲେ  । ଯେଉଁଥିପାଇଁ ଆମ ଓଡ଼ିଶାର ନେତାମାନେ ବିଜେଡ଼ି ନେତାଙ୍କ ସହ ଯୋଗାଯୋଗ ଆରମ୍ଭ କରିଦେଇଥିଲେ  । ସୌମ୍ୟଙ୍କ ଯୋଗଦାନ ପରେ ବେଗୁନିଆ ଓ ଖଣ୍ଡପଡ଼ା ଆସନ ତାଙ୍କ କୋଟରୀ ହାତକୁ ଯିବବୋଲି ଚର୍ଚ୍ଚା ଜୋରଧରିଛି  । ଏହି ପରିପ୍ରେକ୍ଷୀରେ ଜାନକୀବାବୁଙ୍କ ପୁଅକୁ ନେଇ ସ୍ୱାଭାବିକ ଭାବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । 

    ସେହିପରି ରାଜନୈତିକ ଦୃଷ୍ଟିକୋଣରୁ ମିଲି ପଣ୍ଡାଙ୍କର ଧାକ ନଥିଲେ ହେଁ ଗତ ୨୦୧୪ ନିର୍ବାଚନରେ ସେ ନିଜ ପରିବାରର ପୁରୁଣା ଆସନ ରଣପୁରରେ ପ୍ରାର୍ଥୀ ହୋଇଥିଲେ  । ଏବେ ଆମ ଓଡ଼ିଶା ବିଜେଡ଼ିରେ ବିଲୀନ ହେବା ପରେ ମିଲି ପଣ୍ଡାଙ୍କୁ କ’ଣ ନବୀନ ଆଦରି ନେବେ କି ବୋଲି ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଛି  ।

    Maximum 500 characters

    ରାଜନୀତି View all

    Find Us on Facebook