Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଆଜି ବି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ

    Share on :
    Date: Mar 8, 2018    Views: 111

    ଭୁବନେଶ୍ୱର : ପ୍ରତିଦିନ ବିବାଦ ଘେରରେ ରହୁଛି ମାଟ୍ରିକ ପରୀକ୍ଷା  । ଗଣଶିକ୍ଷା ବିଭାଗ ଓ ବୋଡର଼୍ ପକ୍ଷରୁ ଯେତେ କଟକଣା କରାଗଲେ ମଧ୍ୟ କିଛି କାମ ଦେଉନି  । ଚୋରି ବିଦ୍ୟାରେ ମାହିର ଲୋକମାନେ କାଇଦା କରି ପ୍ରଶ୍ନପତ୍ର ଭାଇରାଲ କରି ଦେଉଛନ୍ତି  । ସାଇବର ସେଲ ଏଯାଏଁ ମଧ୍ୟ କାହାକୁ ଧରିବାରେ ସମର୍ଥ ହୋଇପାରୁନାହିଁ  । ଫଳରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାର କେଇ କ୍ଷଣ ମଧ୍ୟରେ ହ୍ୱାଟସଆପରେ ପ୍ରଶ୍ନପତ୍ର ଘୁରି ବୁଲୁଥିବା ଦେଖିବାକୁ ମିଳୁଛି  । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଶ୍ନପତ୍ର ଭାଇରାଲ ହେବାର ନଜିର ଦେଖିବାକୁ ମିଳୁଥିବାବେଳେ ମାଟ୍ରିକ ପରୀକ୍ଷା ଶେଷଦିନ ମଧ୍ୟ ପ୍ରଶ୍ନପତ୍ର ଭାଇରାଲର ଅଭିଯୋଗ ଆସିଛି  । କାମାକ୍ଷାନଗର ଓ ଜଗତସିଂହପୁର ଅଂଚଳରେ ପରୀକ୍ଷା ଆରମ୍ଭର ଘଂଟାକ ପରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଛି  ।

    ପୂର୍ବରୁ ଓଡ଼ିଆ, ଇଂରାଜୀ, ଗଣିତ ଓ ବିଜ୍ଞାନ ପ୍ରଶ୍ନପତ୍ର ମଧ୍ୟ ଭାଇରାଲ ହୋଇଥିବାବେଳେ ଆଜି ପୁଣି ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଛି  । ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଦିନ ୧୦ଟା ବେଳକୁ ପ୍ରଶ୍ନପତ୍ର ପଦାରେ ବୁଲିବା ଘଟଣାକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି  । 

    Maximum 500 characters

    ଆଂଚଳିକ View all

    Find Us on Facebook