Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟସଭାକୁ ଯିବେ ସୌମ୍ୟ, ଅଚୁ୍ୟତ, ପ୍ରଶାନ୍ତ

    Share on :
    Date: Mar 7, 2018    Views: 327

    ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି  । ସୌମ୍ୟରଂଜନ ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଚୁ୍ୟତ ସାମନ୍ତ ରାଜ୍ୟସଭା ଯିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  ।

    ଆଜି ସକାଳେ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଓ କିସ ଓ କିଟର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଅଚୁ୍ୟତ ସାମନ୍ତ ବିଜେଡ଼ିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ  । ତେଣୁ ସୌମ୍ୟରଂଜନ ଓ ଅଚୁ୍ୟତ ରାଜ୍ୟସଭା ଯିବେ ବୋଲି ନିଶ୍ଚିତ ହୋଇସାରିଥିଲା  । ସୌମ୍ୟରଂଜନ ଓଡ଼ିଶା ମିଡ଼ିଆର ଜଣେ ଆଗଧାଡ଼ିର ବ୍ୟକ୍ତିତ୍ୱ  । ଇଷ୍ଟର୍ଣ୍ଣ ମିଡ଼ିଆର ସମ୍ବାଦ, କନକ ଟିଭି ଓ ରେଡ଼ିଓ ଚକୋଲେଟ ଜରିଆରେ ସେ ବେଶ ପରିଚିତ  । ସେହିପରି ଭାଷା ଆନେ୍ଦାଳନରୁ ନେଇ ରକ୍ତ ସଂଗ୍ରହ ପର୍ଯ୍ୟନ୍ତ ଅନେକ ସମାଜସେବା କାର୍ଯ୍ୟରେ ସେ ଜଡ଼ିତ ଥିଲେ  । ବାରବାର ବିଭିନ୍ନ ଦଳ ବଦଳ କରିଥିଲେ ବି ସେ ରାଜନୀତିରେ ବିଶେଷ ସଫଳତା ପାଇନଥିଲେ  । ତେବେ ବିଜେଡ଼ିରେ ଯୋଗଦେବା ପରେ ପ୍ରାୟ ଦୁଇ ଦଶନ୍ଧି ପରେ ସେ ପୁଣି ଥରେ ସାଂସଦ ହେବାକୁ ଯାଉଛନ୍ତି  ।

    ସେହିପରି ଅଚୁ୍ୟତ ସାମନ୍ତ ଖାଲି ଓଡ଼ିଶାରେ ନୁହେଁ ସାରା ଦେଶରେ ଜଣେ ବିଶିଷ୍ଟ ସମାଜସେବୀ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି  । କିସ୍ ମାଧ୍ୟମରେ ହଜାର ହଜାର ଆଦିବାସୀ ପିଲାଙ୍କୁ ମାଗଣା ଶିକ୍ଷାଦାନ କରି ଅନ୍ତର୍ଜାତୀୟସ୍ତରରେ ଜଣେ ବିଶିଷ୍ଟ ବ୍ୟକ୍ତି ଭାବେ ପରିଗଣିତ ହେଉଛନ୍ତି  । ଜାତୀୟଠୁ ନେଇ ଅନ୍ତର୍ଜାତୀୟସ୍ତର ପର୍ଯ୍ୟନ୍ତ ବହୁ ବିଶିଷ୍ଟ ରାଜନେତା, ଶିଳ୍ପପତି, ଲେଖକ, ବୈଜ୍ଞାନିକମାନଙ୍କ ସହ ମଧ୍ୟ ସେ ଓତଃପ୍ରୋତ ଭାବେ ଜଡ଼ିତ  । ରାଜ୍ୟର ଆଦିବାସୀ ଅଂଚଳରେ ସେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି  । ତେଣୁ ତାଙ୍କୁ ମଧ୍ୟ ନବୀନ ପ୍ରାର୍ଥୀ କରିଛନ୍ତି  । 
    ତେବେ ବିଜେଡ଼ିର ତୃତୀୟ ପ୍ରାର୍ଥୀ କିଏ ହେବେ ସେନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଥିଲା  । ରଘୁନାଥ ମହାନ୍ତିଙ୍କ ଠାରୁ ନେଇ ରବି ନାରାୟଣ ନନ୍ଦଙ୍କ ପର୍ଯ୍ୟନ୍ତ ବହୁ ନାଁ ପବନରେ ଉଡ଼ିଥିଲା  । କିନ୍ତୁ ନବୀନ ଲୋକପ୍ରିୟ ତାରକା ତଥା ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି  । ପ୍ରଶାନ୍ତ ନନ୍ଦ ଏବେ ଦଳର ମୁଖ୍ୟ ମୁଖପାତ୍ର ଥିବାବେଳେ ପଂଚାୟତ ନିର୍ବାଚନବେଳେ ସୁନ୍ଦରଗଡ଼ ଜିଲ୍ଲା ଦାୟିତ୍ୱରେ ରହିଥିଲେ  । ସେଠାରେ ବିଜେଡ଼ିକୁ ବିପୁଳ ସଫଳତା ମିଳିଥିଲା  । ସେହିପରି ବିଜେପୁର ଉପନିର୍ବାଚନବେଳେ ବିଜେଡ଼ିର ଦୁର୍ବଳ ସ୍ଥିତି ରହିଥିବା ଗାଇସିଲଟ ବ୍ଲକ ଦାୟିତ୍ୱରେ ପ୍ରଶାନ୍ତ ରହିଥିଲେ  ।

    ସଂଧ୍ୟାରେ ନବୀନ ନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  । ସୂଚନାଯୋଗ୍ୟଯେ, ଆସନ୍ତା ଅପ୍ରେଲରେ ରାଜ୍ୟସଭାରେ ବିଜେଡ଼ିର ସଂସଦୀୟ ଦଳ ନେତା ଦିଲ୍ଲୀପ ତିର୍କୀ, ବରିଷ୍ଠ ବିଜେଡ଼ି ନେତା ଅନଙ୍ଗ ଉଦୟ ସିଂହଦେଓ ଓ ସ୍ୱାଧୀନ ସାଂସଦ ଏଭି ସ୍ୱାମୀଙ୍କ କାର୍ଯ୍ୟକାଳ ଶେଷ ହେଉଛି  । ଇତିମଧ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି  । ମାର୍ଚ୍ଚ ୫ରୁ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଛି  । ବିଧାନସଭାରେ ବିଜେଡିର ସଭ୍ୟ ସଂଖ୍ୟା ୧୧୮ ଥିବାବେଳେ ସ୍ୱାଧୀନ ବିଧାୟକ ଉମା ସାମନ୍ତରାୟ ବିଜେଡ଼ିକୁ ସମର୍ଥନ କରୁଛନ୍ତି  । ତେଣୁ ବିଜେଡ଼ିର ୩ ସାଂସଦ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ନିଶ୍ଚିତ  ।

    Maximum 500 characters

    ରାଜନୀତି View all

    Find Us on Facebook