Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯିବେ ଧର୍ମେନ୍ଦ୍ର

    Share on :
    Date: Mar 7, 2018    Views: 3331

    ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯିବେ ।  ଅପି୍ରଲ ମାସରେ ବିହାରରୁ ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏଣୁ ଧର୍ମେନ୍ଦ୍ର କେଉଁ ରାଜ୍ୟରୁ ପ୍ରତିନିଧିତ୍ୱ କରିବେ ବୋଲି ଚର୍ଚ୍ଚା ହୋଇଆସୁଥିଲା । ପ୍ରଥମେ ଝାଡ଼ଖଣ୍ଡ, ପରେ ମହାରାଷ୍ଟ୍ରରୁ ସେ ରାଜ୍ୟସଭାକୁ ଯାଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା  । ତେବେ ଆଜି ସେ ମଧ୍ୟପ୍ରଦେଶରୁ ଯିବେ ବୋଲି ସ୍ପଷ୍ଟ ହୋଇଛି ।
    ସୂଚନାଯୋଗ୍ୟ ଯେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ପାଲଲହଡ଼ାରୁ ବିଧାୟକ ଥିବା ବେଳେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଦେବଗଡ଼ ଆସନରୁ ଲୋକସଭା ସାଂସଦ ରହିଥିଲେ ।  ୨୦୧୨ରେ ସେ ବିହାରରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିଥିଲେ । ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ସେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook