Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜୋରିମାନା ନଦେଲେ ସଂପତି ଯିବ

    Share on :
    Date: Mar 7, 2018    Views: 217

    ଭୁବନେଶ୍ୱର : ବେଆଇନ ଖଣି ଉତୋଳନ କରିଥିବା ଖଣିମାଲିକଙ୍କ ପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯେଉଁ ଖଣିମାଲିକମାନେ ଜୋରିମାନା ଦେଇନାହାନ୍ତି ସେମାନଙ୍କ ବିରୋରେ ମାମଲା ରୁଜୁ କରାଯାଇ ସଂପତି ଜବତ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲିକ । ଆଜି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଯେଉଁ ଖଣିମାଲିକମାନେ ଜୋରିମାନା ଦେଇନାହାନ୍ତି, କିମ୍ବା ଯେଉଁମାନେ  ଅଳ୍ପ କିଛି ଜୋରିମାନା ଦେଇ ଆଉ ବକେୟା ରଖିଛନ୍ତି ସେମାନଙ୍କ  ବିରୋଧରେ ଓପିଡିଆର ଆକ୍ଟରେ ମାମଲା ରୁଜୁ କରାଯାଇ ସଂପତି ଜବତ କରାଯିବ । ଜିଲ୍ଲାପାଳମାନେ ସେମାନଙ୍କ ବିରୋଧରେ ଓପିଡିଆର (ଓଡ଼ିଶା ପବ୍ଲିକ ଡିମାଣ୍ଡସ୍ ରିକଭରି) ଆକ୍ଟରରେ ମାମଲା ରୁଜୁ କରି ସଂପତି ଜବତ କରିବେ । ୫୬ଜଣ ଖଣି ମାଲିକଙ୍କ ଠାରୁ ୭୬୮୯ କୋଟି ବକେୟା ଆଦାୟ କରିବାକୁ ଜିଲ୍ଲାପାଳମାନଙ୍କୁ କହିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook