Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଢୁଛି ଟିଡ଼ିପି-ବିଜେପି ଫାଟ, ଏନଡ଼ିଏରୁ ଖସିବ ଆନ୍ଧ୍ର

    Share on :
    Date: Mar 7, 2018    Views: 1403

    ଅମରାବତୀ : ତେଲୁଗୁ ଦେଶମ ପାର୍ଟି ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି  । ଆନ୍ଧ୍ରର ସ୍ୱାର୍ଥ ରକ୍ଷା ପାଇଁ ବିଜେପି ସହ ସମ୍ପର୍କ ଛିନ୍ନ କରିବା ପାଇଁ ତେଲୁଗୁ ଦେଶମ ପାର୍ଟିର ବିଧାୟକମାନେ ସର୍ବସମ୍ମତ ନିଷ୍ପତ୍ତି ମଧ୍ୟ ନେଇ ସାରିଛନ୍ତି  । ଏପରିକି ଟିଡିପିର କେନ୍ଦ୍ରମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ନିଦେ୍ର୍ଧଶ ଦେଇଥିବା ଜାଣିବାକୁ ମିଳିଛି  ।

    ଗତ ବଜେଟ ଅଧିବେଶନ ପରଠାରୁ ନାଇଡ଼ୁ ବିଜେପି ଉପରେ କ୍ଷୁବ୍ଧ ଅଛନ୍ତି  । ବଜେଟରେ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ କରାଯାଇନଥିବାରୁ ସେ କ୍ଷୋଭ ପ୍ରକାଶ କରିଆସୁଛନ୍ତି  । ଏନେଇ ଚନ୍ଦ୍ରବାବୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଟିଡିପି ବିଧାୟକ ଦଳ ବୈଠକ ମଧ୍ୟ ବସିଥିଲା  । ବୈଠକରେ ନାଇଡୁ ବିଧାୟକମାନଙ୍କୁ ବିଜେପି ସହ ଟିଡିପିର ମେଂଟ ରହିବ ନା ମେଂଟରୁ ଟିଡିପି ଓହରିବା ଦରକାର ବୋଲି ପ୍ରଶ୍ନ କରିଥିଲେ  । ତେବେ ଅଧିକାଂଶ ବିଧାୟକ ହାତ ଟେକି ମେଂଟରୁ ଟିଡିପି ଓହରିବା ଦରକାର ବୋଲି ମତ ଦେଇଥିଲେ  । ବୁଧବାର ଆନ୍ଧ୍ରପ୍ରଦେଶ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଚନ୍ଦ୍ରବାବୁ ନାଇଡ଼ୁ ଧନ୍ୟବାଦ ପ୍ରସ୍ତାବ ବେଳେ ଏହା ସ୍ପଷ୍ଟ କରିବେ ବୋଲି ଚର୍ଚ୍ଚା ହେଉଛି  ।

    ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦେବା ନେଇ ଟିଡ଼ିପି ଅଡ଼ି ବସିଥିବାବେଳେ ସଂସଦରେ ବିଜେଡ଼ିର ସହଯୋଗ ମାଗିଛି  ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook