May 27, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୨୩ ବର୍ଷ ତଳେ ବିଜୁବାବୁ ଡାକିଥିଲେ, ଆଜି ମିଶିଲି : ସୌମ୍ୟରଂଜନ

    Share on :
    Date: Mar 7, 2018    Views: 7239

    ଭୁବନେଶ୍ୱର : ୨୩ ବର୍ଷ ତଳେ ବିଜୁବାବୁଙ୍କ ସହ ଲଢ଼ିଥିଲି  । ନିର୍ବାଚନରେ ହାରିବା ପରେ ବିଜୁବାବୁ ତାଙ୍କ ଦଳରେ ମିଶିବାକୁ ଡାକିଥିଲେ  । ହେଲେ ସେତେବେଳେ ଯାଇନଥିଲେ  । ଆଜି ୨୩ ବର୍ଷ ପରେ ବିଜୁବାବୁଙ୍କ ନାମରେ ଗଠିତ ବିଜୁ ଜନତା ଦଳରେ ସେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଆମ ଓଡ଼ିଶା ଅଧ୍ୟକ୍ଷ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ  ।

    ଆଜି ନବୀନ ନିବାସରେ ମିଶ୍ରଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେଯେ, ସୌମ୍ୟରଂଜନ ପଟ୍ଟନାୟକଙ୍କ ଯୋଗଦାନ ଦ୍ୱାରା ଦଳ ମଜବୁତ ହୋଇପାରିବ  । ପରେ ନବୀନ ତାଙ୍କ ପିଠିରେ ହାତ ପକାଇ ଥାପୁଡ଼ି ଦେଇଥିଲେ  । ସୌମ୍ୟରଂଜନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଲେଯେ, ସମ୍ପ୍ରତି ଭାରତ ଓ ଓଡ଼ିଶାର ରାଜନୀତିକ ସ୍ଥିତି ଯାହା ସେକ୍ଷେତ୍ରରେ ନିଜ ନିଜ ବିଚାରଧାରାକୁ ନେଇ ସବୁ ରାଜନୈତିକ ଶକ୍ତିମାନେ ଏକତ୍ର ହେବାର ଆବଶ୍ୟକତା ରହିଛି  । ବ୍ୟକ୍ତି କିମ୍ବା ଦଳ ଦେଖି ନୁହେଁ ବିଚାରଧାରାକୁ ଦେଖିବା ଦରକାର  । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା ପାଇଁ ବିଜୁ ଜନତା ଦଳ କାର୍ଯ୍ୟ କରୁଛି  । ନବୀନବାବୁଙ୍କ ନେତୃତ୍ୱରେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା ହୋଇପାରିବ  । ସେହିପରି ପୂର୍ବଭଳି ଚାଷୀ ଓ ଚିଟଫଣ୍ଡ ଆନେ୍ଦାଳନ ଜାରିରହିବ  । କାହିଁକିନା ଏହି ଆନେ୍ଦାଳନ ସରକାରଙ୍କ ବିରୋଧରେ ନୁହେଁ । ଏହା ଏକ ବିଚାରଧାରା ବୋଲି ସୌମ୍ୟରଂଜନ କହିଥିଲେ  । ସେହିପରି ଆମ ଓଡ଼ିଶା ଏକରକମ ବିଜୁ ଜନତା ଦଳରେ ମିଶ୍ରଣ ହୋଇଛି  । ତେବେ ଆନୁଷ୍ଠାନିକ ଭାବେ ପରେ ଏନେଇ ଘୋଷଣା କରାଯିବା ସହ ଆମ ଓଡ଼ିଶାର ନେତା ଓ କର୍ମୀମାନେ ବିଜେଡ଼ିରେ ସାମିଲ ହେବେବୋଲି ସୌମ୍ୟରଂଜନ କହିଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook