Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି, ଚାଲିବ ଟି୨୦ ମ୍ୟାଚ

    Share on :
    Date: Mar 6, 2018    Views: 215

    କଲମ୍ବୋ : ଅଶାନ୍ତ ହୋଇପଡ଼ିଛି ଶ୍ରୀଲଙ୍କା  । ସିଂହଳୀ ଓ ମୁସଲିମଙ୍କ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ବ୍ୟାପିବାରେ ଲାଗିଛି  । କାଣ୍ଡି ଜିଲ୍ଲାରେ ହିଂସାକାଣ୍ଡ ତୀବ୍ରତର ହୋଇଥିବାବେଳେ ୨ ଜଣ ଲୋକ ମୃତୁ୍ୟବରଣ କରିଛନ୍ତି  । ବହୁ ଘର ଓ ମସଜିଦ ଧ୍ୱଂସ ହୋଇଛି  । ସ୍ଥିତି ଉଗ୍ରରୂପ ଧାରଣ କରୁଥିବାରୁ ୧୦ ଦିନ ପାଇଁ ଶ୍ରୀଲଙ୍କା ସରକାର ଜରୁରୀ ସ୍ଥିତି ଜାରି କରିଛନ୍ତି  । ତେବେ ଏହାଦ୍ୱାରା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି୨୦ ମ୍ୟାଚ ପ୍ରଭାବିତ ହେବନାହିଁ ବୋଲି ଜାଣିବାକୁ ମିଳିଛି  ।

    ଗତ ସପ୍ତାହରେ ଜଣେ ସିଂହଳୀଙ୍କର ମୃତୁ୍ୟ ପରଠାରୁ ହିଂସାକାଣ୍ଡ ବ୍ୟାପିବାରେ ଲାଗିଛି  । ପରିସ୍ଥିତର ମୁକାବିଲା ପାଇଁ ଶ୍ରୀଲଙ୍କା ସରକାର କାଣ୍ଡି ଜିଲ୍ଲାକୁ କମାଣ୍ଡୋ ପଠାଇଛନ୍ତି  । ଆଜି ସକାଳେ ପରିସ୍ଥିତି ସମ୍ପର୍କରେ ଶ୍ରୀଲଙ୍କା ସରକାର ସମୀକ୍ଷା କରିଥିଲେ  । ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ଶିରିସେନା ଓ କ୍ୟାବିନେଟରେ ଜରୁରୀ ସ୍ଥିତି ଜାରି ପାଇଁ ନିଷ୍ପତି ହୋଇଥିଲା  । ହିଂସାକାଣ୍ଡରେ ୧୦ ମସଜିଦ, ୭୫ ଦୋକାନ ଓ ୩୨ ଘର ଧ୍ୱଂସ ହୋଇଥିବା ସ୍ଥାନୀୟ ମୁସଲିମ ସମୁଦାୟ ପ୍ରକାଶ କରିଛନ୍ତି । ୨୦୧୧ ଅଗଷ୍ଟ ପରେ ପୁଣି ଥରେ ଶ୍ରୀଲଙ୍କାରେ ଜରୁରୀ ସ୍ଥିତି ଜାରି କରାଯାଇଛି  ।
    ଶ୍ରୀଲଙ୍କାରେ ଜରୁରୀ ସ୍ଥିତି ଜାରି ହୋଇଥିବାବେଳେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜ ଚାଲିଛି  । ତେବେ ଏହା ପ୍ରଭାବିତ ହେବ ନାହିଁ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ କୁହାଯାଇଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook