Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରବୀନା ଟଣ୍ଡନଙ୍କ ନାମରେ ଏତଲା

    Share on :
    Date: Mar 6, 2018    Views: 1761

    ଭୁବନେଶ୍ୱର : ଫଶିଗଲେ ମସ୍ତ ମସ୍ତ ଗାର୍ଲ ରବୀନା ଟଣ୍ଡନ  । ନୋ କ୍ୟାମେରା ଜୋନରେ ବିଜ୍ଞାପନ ସୁଟିଂ କରିଥିବାରୁ ତାଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି  । ମନ୍ଦିର କର୍ତୃପକ୍ଷ ଲିଙ୍ଗରାଜ ଥାନାରେ ରବୀନାଙ୍କ ନାମରେ ଏତଲା ଦେଇଛନ୍ତି  ।

    ସୂଚନାଯୋଗ୍ୟଯେ, ଶ୍ରୀଲିଙ୍ଗରାଜ ମନ୍ଦିରରେ ଭିଡ଼ିଓ ସୁଟିଂ ଭାଇରାଲ ହେବା ଘଟଣାରେ କେନ୍ଦ୍ର ପ୍ରନôତତ୍ୱ ବିଭାଗ ସୋମବାର ମନ୍ଦିର ପ୍ରଶାସନକୁ କୈଫିୟତ ମାଗିଥିଲେ  । ମନ୍ଦିର ଭିତରେ ମୋବାଇଲ ଫୋନ୍ ଓ କ୍ୟାମେରା ନେବାକୁ ମନ୍ଦିର ପ୍ରଶାସନ ପୂର୍ବରୁ କଟକଣା ଜାରି ରଖିବା ସତ୍ୱେ ରବିବାର ବଲିଉଡ଼ ଅଭିନେତ୍ରୀ ରବୀନା ଟଣ୍ଡନ ଲିଙ୍ଗରାଜ ମନ୍ଦିର ଦର୍ଶନରେ ଯାଇ କିଭଳି ଭିଡ଼ିଓ ସୁଟିଂ କଲେ ସେନେଇ ପ୍ରନôତତ୍ୱ ବିଭାଗ ଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ପ୍ରଶ୍ନ କରାଯାଇଥିଲା  । ଏହା ଏକ ବିଜ୍ଞାପନ ସିନେମା ହୋଇଥିବାରୁ ରବୀନାଙ୍କ ପାଇଁ ଅଧିକ ଅଡ଼ୁଆ ସୃଷ୍ଟିକରିବ  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook