Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏପି୍ରଲ ୩ରେ ଏନ୍ଏସି ନିର୍ବାଚନ

    Share on :
    Date: Mar 6, 2018    Views: 1613

    ଭୁବନେଶ୍ୱର : ଆସନ୍ତା ଏପି୍ରଲ୍ ୩ ତାରିଖରେ ତିନୋଟି ଏନ୍ଏସିରେ ନିର୍ବାଚନ ହେବ । ଏ ନେଇ ଆଜି ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ନବକୁମାର ନାୟକ । ବରଗଡ଼ ଜିଲ୍ଲା ଅତାବିରା, ଢେ଼ଙ୍କାନାଳ ଜିଲ୍ଲାର ହିନେ୍ଦାଳ ଓ ନୂଆପଡ଼ା ଏନ୍ଏସି ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ଏହି ୩ଟି ଏନ୍ଏସି ନିର୍ବାଚନ ପାଇଁ ଆଜିଠାରୁ ଆଚରଣ ବିଧି ଲାଗୁ ହୋଇଛି । ମାର୍ଚ୍ଚ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ । ୧୯ ତାରିଖରେ ନାମାଙ୍କନ ପତ୍ର ଯାଂଚ କରାଯିବ ଓ ୨୨ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର  ତାରିଖ ଘୋଷଣା କରିଛନ୍ତି । ଏପି୍ରଲ୍ ୩ ତାରିଖରେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ୫ ତାରିଖରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ସେହିପରି ଏନଏସି ଅଧ୍ୟକ୍ଷ ପଦ ପାଇଁ ୧୨ ତାରିଖ ଓ ଉପାଧ୍ୟକ୍ଷ ପଦବୀ ପାଇଁ ୩୦ ତାରିଖରେ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନର । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook