Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିପ୍ଲବ ଦେବ ହେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ, ଜିଷ୍ଣୁ ଦେବବର୍ମନ ଉପମୁଖ୍ୟମନ୍ତ୍ରୀ

    Share on :
    Date: Mar 6, 2018    Views: 337

    ଅଗରତାଲା : ତି୍ରପୁରାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ ବିଜେପି ସଭାପତି ବିପ୍ଲବ ଦେବ  ।  ଜିଷ୍ଣୁ ଦେବବର୍ମନ ଉପମୁଖ୍ୟମନ୍ତ୍ରୀ ହେବେ  । ତି୍ରପୁରା ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି  । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ବିଧାୟକ ବିପ୍ଲବ ଦେବଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି  । ତ୍ରିପୁରା ପର୍ଯ୍ୟବେକ୍ଷକଭାବେ ବୈଠକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଉପସ୍ଥିତ ଥିଲେ  ।

    ବିପ୍ଲବ ଦେବ ୧୯୬୯ ନଭେମ୍ବର ୨୫ରେ ତ୍ରିପୁରାର ଗୋମତି ଜିଲ୍ଲା ଅନ୍ତର୍ଗତ ରାଜଧରନଗରରେ ଜନ୍ମଗ୍ରହଣ କରିଥିଲେ  । ତାଙ୍କ ବାପା ହିରୁଧନ ଦେବ ଜନସଂଘର ନେତା ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ  । ୧୯୯୯ରେ ତ୍ରିପୁରାର ଉଦୟପୁର କଲେଜରେ ସ୍ନାତକ ଶିକ୍ଷା ଗ୍ରହଣ ପରେ ବିପ୍ଲବ ଦିଲ୍ଲୀ ଚାଲି ଯାଇଥିଲେ  । ପରେପରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଯୋଗ ଦେଇଥିଲେ  । ଗୋବିନ୍ଦ ଆଚାର୍ଯ୍ୟ ଓ କ୍ରୀଷ୍ଣାଗୋପାଳ ଶର୍ମାଙ୍କ ପ୍ରଶିକ୍ଷଣରେ ସେ ପ୍ରାୟ ୧୬ ବର୍ଷ ଧରି ଆରଏସଏସର ସ୍ୱୟଂସେବକ ଭାବେ ବିଭିନ୍ନ ଦାୟିତ୍ୱ ସମ୍ପାଦନ କରିଥିଲେ  ।
    ୨୦୧୬ରେ ତ୍ରିପୁରାର ସବୁଠାରୁ ଅଧିକ ଦିନ ଧରି ବିଜେପି ସଭାପତି ରହିଥିବା ସୁଧିନ୍ଦ୍ର ଦାସଗୁପ୍ତାଙ୍କ ବଦଳରେ ସେ ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ  । ବିପ୍ଲବଙ୍କ ପନôୀ ନିତି ଏସବିଆଇର ଅଫିସର ଥିବାବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook