Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ

    Share on :
    Date: Mar 6, 2018    Views: 111

    ଭୁବନେଶ୍ୱର : ପ୍ରତିଦିନ ବିବାଦ ଘେରରେ ରହୁଛି ମାଟ୍ରିକ ପରୀକ୍ଷା  । ଗଣଶିକ୍ଷା ବିଭାଗ ଓ ବୋଡର଼୍ ପକ୍ଷରୁ ଯେତେ କଟକଣା କରାଗଲେ ମଧ୍ୟ କିଛି କାମ ଦେଉନି  । ଚୋରି ବିଦ୍ୟାରେ ମାହିର ଲୋକମାନେ କାଇଦା କରି ପ୍ରଶ୍ନପତ୍ର ଭାଇରାଲ କରି ଦେଉଛନ୍ତି  । ସାଇବର ସେଲ ଏଯାଏଁ ମଧ୍ୟ କାହାକୁ ଧରିବାରେ ସମର୍ଥ ହୋଇପାରୁନାହିଁ  । ଫଳରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାର କେଇ କ୍ଷଣ ମଧ୍ୟରେ ହ୍ୱାଟସଆପରେ ପ୍ରଶ୍ନପତ୍ର ଘୁରି ବୁଲୁଥିବା ଦେଖିବାକୁ ମିଳୁଛି  । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଶ୍ନପତ୍ର ଭାଇରାଲ ହେବାର ନଜିର ଦେଖିବାକୁ ମିଳୁଥିବାବେଳେ ଆଜି ଖୋଦ୍ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଜିଲ୍ଲାରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ହୋଇଛି  । କେନ୍ଦୁଝରର ଆନନ୍ଦପୁର ଅଂଚଳରେ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ଖବର ପ୍ରକାଶ ପାଉଛି  । ପୂର୍ବରୁ ଓଡ଼ିଆ, ଇଂରାଜୀ ଓ ଗଣିତ ପ୍ରଶ୍ନପତ୍ର ମଧ୍ୟ ଭାଇରାଲ ହୋଇଥିବାବେଳେ ଆଜି ପୁଣି ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଛି  । ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ସାଢେ଼ ୯ଟାରେ ପ୍ରଶ୍ନପତ୍ର ପଦାରେ ବୁଲିବା ଘଟଣାକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି  । ଅପରପକ୍ଷରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଗୁଜବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର  ।

    Maximum 500 characters

    ଆଂଚଳିକ View all

    Find Us on Facebook