May 27, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଓଡ଼ିଶାରେ ନବୀନଙ୍କୁ ହରାଇବା ଅସମ୍ଭବ : ଟିଏମସି

    Share on :
    Date: Mar 6, 2018    Views: 3893

    ଭୁବନେଶ୍ୱର : ଓଡ଼ିଶାରେ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଲୋକପ୍ରିୟ  । ତାଙ୍କୁ ହରାଇ କ୍ଷମତା ଦଖଲ କରିବା ଅସମ୍ଭବ  । ଅମିତ୍ ଶାହାଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ  । ଅମିତ ଶାହାଙ୍କ ଟାର୍ଗେଟ୍ ପଶ୍ଚିମବଙ୍ଗ, ଓଡ଼ିଶା ଓ କେରଳ ନେଇ ଏଭଳି ମତପ୍ରକାଶ କରିଛନ୍ତି ଟିଏମସି ସାଂସଦ ଡିରେକ ଓବି୍ରଏନ୍  ।

    ସେ କହିଛନ୍ତିଯେ, ତ୍ରିପୁରା ବିଜୟୀ ହୋଇ ବିଜେପି ବେଶ ଉଲ୍ଲସିତ ହୋଇପଡ଼ିଛି  । ତ୍ରିପୁରାର ଭୋଟ ସଂଖ୍ୟା ମାତ୍ର ୨୫ ଲକ୍ଷ  । ଯେତେବେଳେକି ଆମ ହାୱଡ଼ାର ଭୋଟର ସଂଖ୍ୟା ୩୦ ଲକ୍ଷରୁ ଅଧିକ  । ଯଦି ସେମାନେ ବଙ୍ଗଳାକୁ ଟାର୍ଗେଟ କରନ୍ତି ତେବେ ଗୋଟିଏ ରସଗୋଲା ମାନେ ଶୂନ ପାଇବେ  । ସେମାନଙ୍କ ଟାର୍ଗେଟ ଯଦି ବାଙ୍ଗଲା ହୁଏ ଆମ ଟାର୍ଗେଟ ଲାଲକିଲ୍ଲା ବୋଲି ଡିରେକ୍ କହିଛନ୍ତି  । ମୋଦି ଶେଷ ଥର ପାଇଁ ଲାଲକିଲ୍ଲାରେ ଭାଷଣ ଦେବାକୁ ଯାଉଥିବାବେଳେ ବର୍ତମାନ ୨୦୧୯ କଥା ସେମାନେ ଚିନ୍ତା କରିବା ଦରକାର  । ରାଜସ୍ଥାନରେ ଯେଉଁ ଆସନରେ ବିଜେପି ବାଜିମାତ କରିଥିଲା ତାକୁ କଂଗ୍ରେସ ଛଡ଼ାଇ ନେଇସାରିଲାଣି ବୋଲି ସେ କହିଛନ୍ତି  ।

    ଓଡ଼ିଶା ପ୍ରସଙ୍ଗରେ ସେ କହିଲେଯେ, ଓଡ଼ିଶାରେ ନବୀନ ଓ ବିଜୁ ଜନତା ଦଳ ବହୁ ଲୋକପ୍ରିୟ  । ନବୀନଙ୍କ ହରାଇ କ୍ଷମତା ଦଖଲ କରିବା ଅସମ୍ଭବ  । କେରଳରେ ବାମପନ୍ଥୀ ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ହେଉଥିବାବେଳେ ଅମିତ ଶାହାଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ ବୋଲି ଡିରେକ ମତବ୍ୟକ୍ତ କରିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook