Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବିଏଚୟୁରେ ଓଡ଼ିଆ ଚେୟାର୍ ପ୍ରତିଷ୍ଠାକୁ କଳାହାଣ୍ଡି ଯୁବ ଲେଖକ ସମାବେଶର ସ୍ୱାଗତ

    Share on :
    Date: Mar 5, 2018    Views: 659

    ଭୁବନେଶ୍ୱର : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ରେ ଓଡ଼ିଆ ଚେୟାର୍ ପ୍ରତିଷ୍ଠା ଦିଗରେ ଓଡ଼ିଶା ସରକାରଙ୍କ ଉଦ୍ୟମକୁ କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ସ୍ୱାଗତ କରାଯାଇଛି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ହେବାକୁ ଥିବା ଉକ୍ତ ଚେୟାର୍ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଲୋକପ୍ରଥା, ପ୍ରତ୍ନତାତ୍ତ୍ୱିକ ବିଭବ ଉପରେ ଶିକ୍ଷାର୍ଜନ ସହିତ ଗବେଷଣା କରିବାକୁ ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିବ ଏବଂ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ପ୍ରଚାର ପ୍ରସାର ଦିଗରେ ସହାୟକ ହେବ ବୋଲି କଳାହାଣ୍ଡି ଯୁବ ଲେଖକ ସମାବେଶର ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ସୁଶୀଲ କୁମାର ବାଗ ଓ ଜୟଦ୍ରଥ ସୁନାଙ୍କ ସମେତ ସଦସ୍ୟ ଅର୍ଜୁନ ଗୋପାଳ, ଯାଦବେନ୍ଦ୍ର ସାହା, ଯତୀନ୍ କୁମାର ପ୍ରଧାନ, ଡିଲେଶ୍ୱର ରଣା, ପ୍ରଶାନ୍ତ କୁମାର ଦାଶ, ରଜତ ବଂଶଲ, ପରମା ନାଏକ, ନଳିନୀକାନ୍ତ ଦାଶ, ମଳୟ କରୁଆଁ, ଦକ୍ଷ ସାହୁ, କର୍ଣ୍ଣ ଗହୀର, ଯୁଧିଷ୍ଠିର ମୁଦୁଲି, ଆଶୁତୋଷ ପୁରୋହିତ, ସଂହିତା ରଥ, ବିନୋଦିନୀ ବେହେରା, ସାବିତ୍ରୀ ମହାରଣା, ସ୍ନିଗ୍ଧାରାଣୀ ନନ୍ଦ, ଦୀପ୍ତିମୟୀ ସିଂ, ବନ୍ଦନା ମିଶ୍ର, ପୂଣ୍ୟଦୀପା ଖମାରୀ, ବାଲ୍ମିକୀ କରୁଆଁ, ଉମାକାନ୍ତ ନାଗ, ଅବିନାଶ କନ୍ଧପାନ, ମାନସ ରଞ୍ଜନ ବାଗ, ଉପେନ୍ଦ୍ର ନାଏକ, ଜଗଜ୍ଜୀବନ ସା ପ୍ରମୁଖ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଉକ୍ତ ଚେୟାର୍ ପାଇଁ ୩.୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏନେଇ ବିଏଚୟୁ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook