Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ୧୧ଲକ୍ଷ ପାଇଁ ମୁଣ୍ଡ ଜାମିନ: ୫ଗିରଫ

    Share on :
    Date: Mar 5, 2018    Views: 53

    ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଥାନା ଅଂଚଳରୁ ଗତ ୨୬ ତାରିଖରେ ଜଣ ୧୭ବର୍ଷର ଯୁବକଙ୍କୁ ଅପହରଣ କରାଯାଇଥିବା ଘଟଣାର ପର୍ଦ୍ଧାଫାସ ହୋଇଛି । ଉକ୍ତ ଯୁବକକୁ ଅପହରଣ କରାଯାଇ ୧୧ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିଲେ ଦୁର୍ବୃତ । ତେବେ ୨ଲକ୍ଷ ଟଙ୍କା ପାଇଯିବା ପରେ ଯୁବକଙ୍କୁ ଛାଡ଼ିଦେଇଥିଲେ । ଉକ୍ତ ଘଟଣାର ପୁଲିସ୍ ଆଜି ପର୍ଦ୍ଧାଫାସ କରିଛି । 
    ପ୍ରଥମେ ଜଣେ ଯୁବତୀଙ୍କ ନାଁରେ ଫେସବୁକ୍ରେ ଫେକ ଆଇଡି ଖୋଲି ଯୁବକଙ୍କ ସହିତ ସଂପର୍କ ଯୋଡ଼ାଯାଇଥିଲା । ସଂପର୍କ ନିବିଡ଼ ହେବା ପରେ ୨୬ ତାରିଖ ସଂଧ୍ୟାରେ ଚନ୍ଦ୍ରଶେଖରପୁର ଅଂଚଳରୁ ତାଙ୍କୁ ଅପହରଣ କରିନିଆଯାଇଥିଲା । ଦୁର୍ବୃତମାନେ ୧୧ଲକ୍ଷ ଦେଲେ ଯୁବକଙ୍କୁ ଛାଡ଼ିଦେବେ ବୋଲି ସର୍ତ ରଖିଥଲେ । ପରେ ୨ଲକ୍ଷ ଟଙ୍କା ମିଳିଯିବା ପରେ ଯୁବକଙ୍କୁ ଛାଡ଼ିଦେଇଥିଲେ । ଉକ୍ତ ଘଟଣାର ଖୋଳତାଡ଼ କରି ଆଜି କମିଶନରେଟ ପୁଲିସ୍ ୫ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ପୁରୀର ଗୋପାଳକଷ୍ଣ ମହାପାତ୍ରଙ୍କ ସମେତ ଅନ୍ୟ ୫ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ । 

    Maximum 500 characters

    ଆଂଚଳିକ View all

    Find Us on Facebook