Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୪ ପଂଚାୟତ ପାଇଁ ୨ କୋଟି ଟଙ୍କାର ପ୍ରକଳ୍ପକୁ ମଜୁଂରି

    Share on :
    Date: Mar 5, 2018    Views: 157

    ଭୁବନେଶ୍ୱର : ଯାଜପୁର, ସମ୍ବଲପୁର, ଗଂଜାମ ଓ କୋରାପୁଟ ଜିଲ୍ଲାର ୪ ପଂଚାୟତ ପାଇଁ ୨ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ମିଳିଛି  । ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ନବୀନ କହିଲେଯେ, ଭିଡ଼ିଓ କନଫେରେନ୍ସିଂ ଜରିଆରେ ସେ ୪ ପଂଚାୟତବାସୀଙ୍କ ସହ କଥା ହୋଇଛନ୍ତି  । ଏହି ଅବସରରେ ୪ ପଂଚାୟତର ୨ କୋଟି ଟଙ୍କାର ପ୍ରକଳ୍ପକୁ ରାଜ୍ୟ ସରକାର ମଂଜୁରୀ ପ୍ରଦାନ କରିଛନ୍ତି ବୋଲି ନବୀନ ସୂଚନା ଦେଇଛନ୍ତି  ।
    ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି  । ପଂଚାୟତିରାଜ ଦିବସ ଓ ବିଜୁ ଜୟନ୍ତୀ ଅବସରରେ ଏହି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି  । ଏହି ଅବକାଶରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫେରେନ୍ସିଂ ଜରିଆରେ ବିଭିନ୍ନ ଗାଁର ଲୋକଙ୍କ ସହ କଥାବାର୍ତା ବି ହୋଇଛନ୍ତି  । ପ୍ରଥମେ ଉପକୂଳ ଓଡ଼ିଶାର ଯାଜପୁର ଓ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଗାଁ ଲୋକଙ୍କ ସହ କଥା ହୋଇଥିଲେ  । ପରେ ମୁଖ୍ୟମନ୍ତ୍ରୀ ଦକ୍ଷିଣ ଓଡ଼ିଶାର ଗଂଜାମ ଓ କୋରାପୁଟ ଜିଲ୍ଲାର ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ  । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook